fbpx

ଟାଟା ଷ୍ଟିଲ ଷଷ୍ଠ ସାହିତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟା: ଉଦଘାଟନ କଲେ ପଦ୍ମ ବିଭୂଷଣ ରମାକାନ୍ତ ରଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାହିତ୍ୟ ଓ ଆନୁଷଂଗିକ ସାଂସ୍କୃତିକ କାର୍ୟ୍ୟକଳାପ ଯଥା ସଙ୍ଗୀତ ଓ ଥିଏଟରକୁ ୨୦୨୨ ମାର୍ଚ୍ଚ ୧୧-୧୩ ପର୍ୟ୍ୟନ୍ତ ସପ୍ତାହନ୍ତରେ ପାଳନ କରିବାଲାଗି ଟାଟାଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ମହୋତ୍ସବ ପ୍ରତ୍ୟାବର୍ତନ କରିଛି । ଟାଟାଷ୍ଟିଲ ୍ଭୁବନେଶ୍ୱର ସାହିତ୍ୟ ମହୋତ୍ସବର ଷଷ୍ଠସଂସ୍କରଣକୁ ଏଥର ନୂତନ ସ୍ଥଳ “ଭୁବନେଶ୍ୱର କ୍ଲବ୍’ ମିଳିଛି ଯେଉଁଠାରେ କ୍ଲବ୍ର ଟେନିସ୍ କୋର୍ଟରେ ମୁକ୍ତ ଆକାଶତଳେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୌମ୍ୟରଂଜନ ପଟ୍ଟନାୟକ, ଅଧ୍ୟକ୍ଷ, ସମ୍ବାଦ ଗ୍ରୁପ୍ ଓ ସମ୍ପାଦକ, ସମ୍ବାଦ, ଟାଟାଷ୍ଟିଲ୍ଇଣ୍ଡିଆ ଓ ସାଉଥ୍ ଏସିଆର କର୍ପୋରେଟ ଯୋଗାଯୋଗ ମୁଖ୍ୟ ସର୍ବେଶ କୁମାର ଓ ଭୁବନେଶ୍ୱର ସାହିତ୍ୟ ମହୋତ୍ସବର ନିର୍ଦେଶିକା ମାଲବିକା ବାନାର୍ଜୀଙ୍କ ଉପସ୍ଥିତିରେ ଓଡ଼ିଶାର ବିଶିଷ୍ଟ କବି ପଦ୍ମଭୂଷଣ ବିଜେତା ରମାକାନ୍ତ ରଥ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ।

ଉଦଘାଟନୀ ଦିବସରେ ଆଧୁନିକ ଦିନରେ ପୋଡକାଷ୍ଟ, ରେଡିଓ ଓ ଅଡିଓ-ବୁକ୍ସର ପ୍ରଭାବ ଉପରେ ସନ୍ଦୀପ ରାୟ, ତନୟା ପଟ୍ଟନାୟକ ଓ ରସ୍କିନ ବଣ୍ଡ୍ଙ୍କୁ ନେଇ ଗଭୀର ଆଲୋଚନା ଦେଖିବାକୁ ମିଳିଥିଲା । ବିଶିଷ୍ଟଲେଖକ ରାକେଶ ଖାନ୍ନା ନିଜ ସଦ୍ୟତମ ଉପନ୍ୟାସ “ଘୋଷ୍ଟ, ମୋନଷ୍ଟର୍ସ ଆଣ୍ଡ୍ ଡେମନ୍ସ ଅଫ୍ ଇଣ୍ଡିଆ’ ବିଷୟରେ ଭାବନା ପରିପ୍ରକାଶ କରିଥିଲେ । ଲୋକପ୍ରିୟ ଷ୍ଟାଣ୍ଡ୍-ଅପ୍ କମେଡିଆନ୍ ଅଭିଜିତ ଗାଙ୍ଗୁଲିଙ୍କ ପ୍ରଦର୍ଶନ ସହିତ ସନ୍ଧ୍ୟାର କାର୍ୟ୍ୟକ୍ରମ ଶେଷ ହୋଇଥିଲା ।

Get real time updates directly on you device, subscribe now.