fbpx

ନବମ ପରୀକ୍ଷା ନେଇ ମାଧ୍ୟମିକ ବୋର୍ଡର ସୂଚନା: ଏପ୍ରିଲ ୧୩ ରୁ ସମ୍ମେଟିଭ-୨

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୋମବାର ମାଟ୍ରିକ ପରୀକ୍ଷା ନେଇ ବିସ୍ତୃତ ସୂଚନା ଦିଆଯାଇଛି । ଏହା ସହ ନବମ ପରୀକ୍ଷା ନେଇ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଦିଆଯାଇଥିବା ସୂଚନା ଅନୁଯାୟୀ ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍-୨ ପରୀକ୍ଷା । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ ଏବଂ ୨୧ ତାରିଖରେ ଶେଷ ହେବ ପରୀକ୍ଷା । ଏହାପରେ ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲରେ ହେବ ମୂଲ୍ୟାୟନ ।

 

Get real time updates directly on you device, subscribe now.