fbpx

ଜମ୍ମୁରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଲାଗି ଫାଟିଲା ସିଲିଣ୍ଡର, ୩ ମୃତ ୧୫ ଆହତ

ଜମ୍ମୁରେ ରେସିଡେନ୍ସୀ ରୋଡ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ରେସିଡେନ୍ସୀ ରୋଡ୍ ଅଞ୍ଚଳରେ ଥିବା ଏକ କବାଡ଼ୀ ଦୋକାନରେ ସନ୍ଧ୍ୟା ସମୟରେ ନିଆଁ ଲାଗିଯାଇଥିଲା । ନିଆଁ ପୂରା କବାଡ଼ୀ ଦୋକାନରେ ଲାଗିଯାଇଥିଲା ଫଳରେ ଭିତରେ ଥିବା ଏଲପିଜି ସିଲିଣ୍ଡରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା ।

ଏହି ଘଟଣାରେ ୧୫ ଜଣ ଆହତ ହୋଇଥିଲେ ଏବଂ ପୋଲିସ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରଥମେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରୁଛି ପୋଲିସ୍ । ଘଟଣାରେ ତିନି ଜଣକର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.