fbpx

୨ୟ ଡୋଜ୍ ର ୯ ମାସ ପରେ ବୁଷ୍ଟର୍ ଡୋଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୬୦ ର୍ବେରୁ ଅଧିକ ସମସ୍ତ ନାଗରିକଙ୍କୁ ମିଳିବ କରୋନା ଟିକାର ବୁଷ୍ଟର୍ ଡୋଜ୍ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି । ୨ୟ ଡୋଜ୍ ନେବାର ୯ ମାସ ପରେ ଦିଆଯାଇପାରିବ ବୁଷ୍ଟର୍ ଡୋଜ୍ । ୯ ମାସ ବା ୩୯ ସପ୍ତାହ ପରେ ୬୦ରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର୍ ଡୋଜ୍ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, କୋଭିଡ୍ ମାମଲା ଏବେ ଚୀନରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ୧୦ଟି ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ସେଠାରେ ଦିନକରେ ରେକର୍ଡ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ଠାରୁ ଏଯାବତ୍ ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶର ଜିଲିନ୍ ପ୍ରୋଭିନ୍ସରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେନଝେନ ସମେତ ୧୦ଟି ସହରରେ ଲକଡାଉନ୍ ଲାଗୁ ହୋଇସାରିଲାଣି ।

Get real time updates directly on you device, subscribe now.