fbpx

SBI ସମେତ ଅନ୍ୟାନ୍ୟ ବ୍ୟାଙ୍କରେ ବିଜ୍ଞପ୍ତି: ଜାଣନ୍ତୁ କେଉଁ ବ୍ୟାଙ୍କରେ ରହିଛି କେତେ ଭ୍ୟାକେନ୍ସି

ବ୍ୟାଙ୍କିଙ୍ଗ ସେକ୍ଟରରେ ନିଯୁକ୍ତି ପାଇବା ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଦେଶର ବିଭିନ୍ନ ସରକାରୀ ବ୍ୟାଙ୍କରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ବ୍ୟାଙ୍କ ପାଇଁ ଆବେଦନ କରିବାର ଶେଷ ସମୟସୀମା ଅଲଗା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ କେତେ ନୂଆ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ କେବେ ରହିଛି ଆବେଦନର ଶେଷ ତାରିଖ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ:

ଭାରତର ସର୍ବବୃହତ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କରେ ସ୍ପେଶାଲିଷ୍ଟ କେଡର ଅଫିସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏସ.ବି.ଆଇ ଏସ.ସି.ଓ ଭର୍ତ୍ତି ପାଇଁ ଗତ ମାର୍ଚ୍ଚ ୪ ତାରିଖ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାର ଶେଷ ତାରିଖ ମାର୍ଚ୍ଚ ଧାର୍ଯ୍ୟ ହୋଇଛି । ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏସ.ବିଆଇ ର ଅଫିସିଆଲ ୱେବସାଇଟ sbi.co.in ଦ୍ୱାରା ଆବେଦନ କରିପାରିବେ ।

SIDBI ବ୍ୟାଙ୍କ: ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ପାଇଁ ମଧ୍ୟ ପ୍ରକାଶ ପାଇଛି ବିଜ୍ଞପ୍ତି । ସହହାୟକ ପ୍ରବନ୍ଧକ ପଦରେ ନିଯୁକ୍ତି ପାଇଁ ନୂଆ ପ୍ରାର୍ଥୀ ଖୋଜୁଛି SIDBI ବ୍ୟାଙ୍କ । ତେବେ ଏହି ବ୍ୟାଙ୍କରେ ନିଯକ୍ତିି ଅବେଦନ କରିବା ପାଇଁ ଶେଷ ତାରିଖ ହେଉଛି ମାର୍ଚ୍ଚ ତାରିଖ ।

ବ୍ୟାଙ୍କ ଅଫ ବରୋଦା:

ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହାସହିତ ଏମ.,ସ.ଏମ.ଇ ଏବଂ କର୍ପୋରେଟ କ୍ରେଡିଟ ଡିପାର୍ଟମେଣ୍ଟରେ ମ୍ୟାନେଜର ପଦ ପାଇଁ ଆବେଦନ କରିପାରିବେ ଇଚ୍ଚୁକ ପ୍ରାର୍ଥୀ । ଏହାଦ୍ୱାରା ମୋଟ ୧୦୫ ପଦରେ ନିଯୁକ୍ତି ପ୍ରଦାନ କରାଯାଇ ପାରିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ ୱେବସାଇଟ bankofbaroda.in ମାଧ୍ୟମରେ କରିପାରିବେ । ତେବେ ଆବେଦନର ଶେଷ ତାରିଖ ରହିଛି ୨୪ ମାର୍ଚ୍ଚ ।

 

Get real time updates directly on you device, subscribe now.