fbpx

୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ ଗାନ୍ଧୀ: ହେବ ପିସିସି ପୁର୍ନଗଠନ

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିଥିବା ହାର୍ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୫ ରାଜ୍ୟର ପାର୍ଟୀ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ପାର୍ଟୀ ପ୍ରବକ୍ତା ରଣଦୀପ ସୁରଜେୱାଲା ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସ ସଭାପତିଙ୍କ ଇସ୍ତଫା ମାଗିଛନ୍ତି ।

ସେପଟେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମିଳିଥିବା ହାର୍ ପରେ ସମୀକ୍ଷା ପାଇଁ କଂଗ୍ରେସ ମହାସଚିବ ଏବଂ ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀରେ ଏକ ବୈଠକ କରୁଛନ୍ତି । ରାଜନୀତିରେ ସାମିଲ ହେବା ପରେ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ୧୯୮୯ ପରଠାରୁ ଉତ୍ତର ପ୍ରଦେଶରେ ନିଜର ସତ୍ତା ହରାଇଛି, ଏବଂ ଲଗାତାର ଏଠାରେ ନିଜ ସତ୍ତା ହରାଇବାରେ ଲାଗିଛି । ୨୦୧୯ରେ ରାହୁଲ ଗାନ୍ଧୀ ନିଜର ପାରିବାରିକ ଗଡ଼ କୁହାଯାଉଥିବା ଅମେଠୀରୁ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରିଥିଲେ ।

Get real time updates directly on you device, subscribe now.