fbpx

ପୂର୍ବ କର୍ପୋରେଟରଙ୍କ ଭାଇ ଗିରଫ: ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ଥିଲେ ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଶିଖର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ମାମଲା ରୁଜୁ । ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡ ପୂର୍ବ କର୍ପୋରେଟରଙ୍କ ଭାଇ ଶିଖର ଜେନା । ଶିଖର ବ୍ଲାଙ୍କ ଫାଏରିଂ କରିଥିବା ନେଇ ପୋଲିସ ହାତରେ ଲାଗିଛି ସୁରାକ ।

ସୂଚନାଯୋଗ୍ୟ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୋଷ୍ଟର ଚିରାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ୩୩ ନଂ ୱାର୍ଡର ବିଜେପି ପ୍ରାର୍ôଥନୀଙ୍କ ଦିଅର ଏବଂ ଦେଢ଼ଶୂରଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣ ପଛରେ ବିଜେଡ଼ି କର୍ପୋରେଟର ପ୍ରାର୍ଥିନୀ ସୁଲଗ୍ନା ଜେନାଙ୍କ ସ୍ୱାମୀ ଦିଲ୍ଲୀପ ଜେନା ଓ ୩୨ ନଂ ୱାର୍ଡର ପୂର୍ବ କର୍ପୋରେଟରଙ୍କ ଭାଇ ଶିଖର ଜେନାଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ସେପଟେ ଏହି ଘଟଣାରେ ପୋଲିସ୍ ବିଜେପିର ଯୁବ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ କରିବା ସହ ବାରମ୍ବାର ଥାନା ଘେରାଉ କରିଥିଲା ।

Get real time updates directly on you device, subscribe now.