ହିଜାବ ମାମଲା: କଲେଜରେ ଦୀପାବଳିରେ ପୂଜା କାହିଁକି ହୁଏ? ହିଜାବ ନିଷ୍ପତ୍ତିକୁ ନେଇ ଓୱେସୀଙ୍କ ବୟାନ
ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ହିଜାବକୁ ନେଇ କର୍ଣ୍ଣାଟକ କୋର୍ଟଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯଦି କଲେଜରେ ତିଳକା ଏବଂ ସିନ୍ଦୁର ଲଗାଇ ଆସିବାକୁ ଅନୁମତି ଅଛି ତେବେ ହିଜାବକୁ କାହଁକି ଅନୁମତି ନାହିଁ? ଯଦି କଲେଜରେ ଧର୍ମକୁ ଗୁରୁତ୍ୱ ଦିଆଯାଏ ନାହଁ ତେବେ ଦିପାବଳୀ କାହିଁକି ପାଳନ ହୁଏ ବୋଲି ପ୍ରଶ୍ନ କରିଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ହିଜାବ ପିନ୍ଧିବାକୁ ମନା କରିବା ସାମ୍ବିଧାନିକ ଅଧିକାର ଉଲ୍ଲଘଂନ କରିବା ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଏଭଳି କହିବା ସହ ଓୱେସୀ କହିଛନ୍ତି ହିଜାବ ପିନ୍ଧିବାକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ନିରାଶଜନକ । ଯଦି କେହି ଝିଅ ହିଜାବ ପିନ୍ଧିବାକୁ ଚାହୁଛନ୍ତି ତେବେ ତାକୁ କେହି ରୋକିପାରିବେ ନାହିଁ । ସେ କହିଛନ୍ତି ମୁସଲିମ ଝିଅମାନେ ଶିକ୍ଷା ପାଇଁ ଆଗକୁ ଆସୁଛନ୍ତି, ସେମାନେ ସ୍କୁଲ ଏବଂ କଲେଜ ଯାଉଛନ୍ତି । ଏମିତିରେ ମୁସଲିମ ଝିଅଙ୍କ ସମ୍ବିଧାନିକ ଅଧିକାର ଛଡ଼ାଇ ନେବା ଅନ୍ୟାୟ ବୋଲି କହିଛନ୍ତି ଓୱେସୀ ।
ସୂଚନାଯୋଗ୍ୟ, ହିଜାବକୁ ନେଇ ଉଠିଥିବା ଝଡ଼ ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହ ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ଏବଂ ସ୍କୁଲରେ କେବଳ ସ୍କୁଲ ୟୁନିଫର୍ମ ହିଁ ପିନ୍ଧବାକୁ କହିଛନ୍ତି କୋର୍ଟ ।