fbpx

ଇଚ୍ଛା ବିରୁଦ୍ଧରେ ଦେବାକୁ ଆସିଥିଲେ ଦଶମ ପରୀକ୍ଷା: ରାଗରେ ନାବାଳିକା ପତ୍ନୀଙ୍କ ଉପରକୁ ଏସିଡ ମାଡ କଲା ରାକ୍ଷସ ସ୍ୱାମୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ମହିଳାଙ୍କ ଉପରକୁ ଏସିଡ ମାଡ କରିଛି ସ୍ୱାମୀ । ଇଚ୍ଛା ବିରୁଦ୍ଧରେ ଆସି ପରୀକ୍ଷା ଦେଉଥିବା ବେଳେ ରାଗିଯାଇ ଏସିଡ ଦ୍ୱାରା ଆକ୍ରମଣ କରିଥିବା ଜଣାଯାଇଛି । ମୁହଁ ଏବଂ ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପୀଡିତାଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ନାବାଳିକା ବିବାହ ପରେ ମଧ୍ୟ ନିଜ ପାଠପଢା ଚାଲୁ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା । କିନ୍ତୁ ତାଙ୍କୁ ସହମତି ପ୍ରକାଶ କରି ନଥିଲା ସ୍ୱାମୀ । ତେଣୁ ପତିର ଇଚ୍ଛା ବିରୁଦ୍ଧରେ ଦଶମ ଶ୍ରେଣୀ ପରାୀକ୍ଷା ଦେବାକୁ ଆସିଥିବା ବେଳେ ପରୀକ୍ଷା ହଲ ସାମନାରେ ହିଁ ନାବାଳିକା ପତ୍ନୀଙ୍କ ଉପରକୁ ଏସିଡ ମାଡ କରିଥିଲା ଅଭିଯୁକ୍ତ ସ୍ୱାମୀ । କରୋନା କଟକଣା ମଧ୍ୟରେ ନାବାଳିକାଙ୍କର ବିବାହ ହୋଇଯାଇଥିଲା । ଏହାପରେ ପତିଙ୍କ ବିରୋଧ ସତ୍ତେ୍ୱ ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏହି ଛାତ୍ରୀ । କିନ୍ତୁ ମଙ୍ଗଳବାର ସ୍ୱାମୀ ତାଙ୍କୁ ତାଙ୍କ ପରୀକ୍ଷାକେନ୍ଦ୍ର ବିଷୟରେ ପଚାରି ବୁଝିଥିଲେ ଏବଂ ସେଠାରେ ପହଞ୍ଚିଥିଲେ । ସାଙ୍ଗମାନଙ୍କ ସହିତ ବସିଥିବା ସମୟରେ ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲା ରାକ୍ଷାସ ସ୍ୱାମୀ ।

ପାଠପଢାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହୁଥିବା କହିଛନ୍ତି ପୀଡିତାଙ୍କ ଭଉଣୀ । ତେବେ ଆହତ ଛାତ୍ରୀଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ଏବଂ ସେ ପରୀକ୍ଷାରେ ମଧ୍ୟ ଉପସ୍ତିତ ହେବା ସମ୍ଭବ ନୁହେଁ । ସେପଟେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ନେଇଛି ପୋଲିସ ।

Get real time updates directly on you device, subscribe now.