fbpx

ସମସ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଜେନମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ୍ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଚିଠିରେ ଲେଖାଯାଇଛି ଯେ, ‘ଅଧିକରୁ ଅଧିକ ଲକ୍ଷଣଯୁକ୍ତଙ୍କ ସାମ୍ପଲ ସଂଗ୍ରହ କରି ଟେଷ୍ଟ କରାଯାଉ । ଟିକାକରଣ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରାଯାଉ । କରୋନା କଟାକଣାକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉ ।’

Get real time updates directly on you device, subscribe now.