ନୂଆଦିଲ୍ଲୀ: ପଞ୍ଜାବରେ ଅଦ୍ଭୂତପୂର୍ବ ବିଜୟ ସହିତ ସରକାର ଗଠନ କରିବାକୁ ଯାଉଛି ଆପ୍ । ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି । ତେବେ କମେଡିଆନରୁ ମୁଖ୍ୟମନ୍ତ୍ରୀ ସାଜିଥିବା ମାନଙ୍କ କ୍ୟାବିନେଟ ଏଯାଏଁ ଘୋଷଣା ହୋଇନାହିଁ । ତେବେ ଶୁକ୍ରବାର ମିଳିଥିବା ସୂଚନା ଅନୁଯାୟୀ ମାନଙ୍କ କ୍ୟାବିନେଟ ଆସନ୍ତା ୧୯ ତାରିଖରେ ବା ହୋଲି ଅବସରରେ ଶପଥ ଗ୍ରହଣ କରିବେ । ଶନିବାର ଦିନ ୧୧ଟା ସମୟରେ ପଞ୍ଜାବ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ନେତା ମାନେ ଶପଥ ଗ୍ରହଣ କରିବେ ।
୧୦ ଜଣ ସଦସ୍ୟଙ୍କୁ କ୍ୟାବିନେଟ ପାହ୍ୟା ମିଳିବାର ସମ୍ଭାବନା ରହିଥିବା ବେଳେ କୁଲତାର ସିଂ ସନ୍ଧୱାଙ୍କୁ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ କରାଯିବାର ସମ୍ଭାବନା ରହିଛି । ହରପାଲ ସିଂ ଚିମା, ଡ. ବଲଜିତ କୌର, ହରଭଜନ ସିଂ ଏଟୋ, ବିଜୟ ସିଙ୍ଗଲା, ଗୁରମିତ ସିଂ ମିତ୍ ହାୟର, ହରଜୋତ ସିଂ ବେନସ, ଲାଲଚାନ୍ଦ କଟାରୁଚକ, କୁଲଦୀପ ସିଂ ଧଲିୱାଲ, ଲାଲଜିତ ସିଂ ଭୁଲ୍ଲର, ବ୍ରହ୍ମ ଶଙ୍କର ଜିମ୍ପାଙ୍କୁ ମାନଙ୍କ କ୍ୟାବିନେଟରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।
पंजाब का नया मंत्रिमंडल कल शपथ ग्रहण करेगा। पंजाब की AAP सरकार में होने वाले सभी मंत्रियों को बहुत-बहुत शुभकामनाएँ।
पंजाब की जनता ने हम सबको बहुत बड़ी ज़िम्मेदारी दी है, हमें दिन-रात मेहनत कर लोगों की सेवा करनी है, पंजाब को एक ईमानदार सरकार देनी है। हमें रंगला पंजाब बनाना है। pic.twitter.com/Z5wDmD9Zpg
— Bhagwant Mann (@BhagwantMann) March 18, 2022