fbpx

ରୋଷେଇ ଗ୍ୟାସର ସବସିଡିକୁ ନେଇ ସରକାରଙ୍କ ନୂଆ ଯୋଜନା ! ଜାଣନ୍ତୁ ଏବେ କାହା ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡରର ସବସିଡିକୁ ନେଇ ଗ୍ରାହକମାନଙ୍କୁ ବଡ଼ ଖବର ମିଳିପାରେ । ଘରୋଇ ଗ୍ୟାସର ଦାମ୍ ବୃଦ୍ଧି ନେଇ ଖବର ଆସିଛି । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିଯାଇଛି । ଏହାରି ମଧ୍ୟରେ ଲଗାତାର ଚଚର୍ଚ୍ଚା ହେଉଛି କି, ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।

ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ମତାମତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । କିନ୍ତୁ ସରକାରଙ୍କ ଆନ୍ତରିକ ମୂଲ୍ୟାଙ୍କନରେ ଏହା ସୂଚାଇ ଦେଉଛି ଯେ, ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ସୂଚନାନୁସାରେ, ଏଲପିଜି ସିଲିଣ୍ଡର ଉପରେ ସରକାର ଦୁଇଟି ଆଭିମୁଖ୍ୟ ଗ୍ରହଣ କରିପାରିବେ । ପ୍ରଥମରେ, ହୁଏତ ସରକାର ବିନା ସବସିଡିରେ ସିଲିଣ୍ଡର ଯୋଗାଇପାରନ୍ତି । ଦ୍ୱିତୀୟରେ କିଛି ଚୟନୀୟ ଗ୍ରାହକଙ୍କୁ ମଧ୍ୟ ସବସିଡିର ସୁବିଧା ଦେଇପାରନ୍ତି ।
ସବସିଡି ଉପରେ ସରକାରଙ୍କ କ’ଣ ଯୋଜନା ରହିଛି?

ସବସିଡି ଦେବା ନେଇ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରାଯାଇନି । କିନ୍ତୁ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ୧୦ ଲକ୍ଷ ଇନକମର ନିୟମ ବଳବତ୍ତର ରହିବ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ସବସିଡିର ଲାଭ ମିଳିବ । ସବସିଡି ବାକି ଲୋକଙ୍କ ପାଇଁ ବନ୍ଦ ହୋଇପାରେ ।

Get real time updates directly on you device, subscribe now.