fbpx
BSKY
BJD SHG SKY
BJD YOUTH SKY

ନିଜ ଆସନ ଟଳମଳ ସମୟରେ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ, କହିଲେ- ଭାରତକୁ ସଲାମ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେବାରେ ଲାଗିଛି। ଏମିତି ବିଷମ ପରିସ୍ଥିତିରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି। ଖୈବର ପଖତୁନଖଓ୍ଵାରେ ଆୟୋଜିତ ଏକ ଜନସଭାରେ ଇମ୍ରାନ ଭାରତ ସରକାରଙ୍କ ବିଦେଶ ନୀତିର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆମ ପଡୋଶୀ ଦେଶର ବୈଦେଶିକ ନୀତି ସର୍ବଦା ନିଜ ଜନତାଙ୍କ ହିତରେ ରହି ଆସିଛି।

ରବିବାର ପଖତୁନଖଓ୍ଵାର ମଲକନ୍ଦ ଜିଲ୍ଲାର ଦରଗଇ ତହସିଲରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ବିରୋଧୀ ଦଳକୁ ଟାର୍ଗେଟ୍ କରୁ କରୁ ଭାରତର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ବିରୋଧୀ ଜନତାଙ୍କ ସହ ଧୋକା କରୁଛନ୍ତି। ଏହା ସତ୍ତ୍ଵେ ବି ସେ ନିଜ ଦଳର ସାଂସଦଙ୍କୁ କ୍ଷମା କରିବା ସହ ପାର୍ଟିର ବିଦ୍ରୋହୀ ସାଂସଦଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତ।

ଏହି ସମୟରେ ଇମ୍ରାନ ଖାନ ଭାରତର ପ୍ରଶଂସା କରି ସେ କହିଛନ୍ତି, ଭାରତ କ୍ଵାଡର ସଦସ୍ୟ, ତଥାପି କଟକଣା ସତ୍ତ୍ଵେ ରୁଷଠୁ ତେଲ କିଣୁଛି। ମୁଁ ଆଜି ଭାରତକୁ ସଲାମ କରୁଛି। କାରଣ ଭାରତ ସର୍ବଦା ନିଜର ସ୍ଵତନ୍ତ୍ର ବିଦେଶ ନୀତିର ପାଳନ କରି ଆସୁଛି। ଭାରତ ଗୋଟିଏ ପଟେ ଆମେରିକା ସହିତ ମେଣ୍ଟ କରିଛି ଏବଂ ଅନ୍ୟପଟେ ରୁଷଠୁ ତେଲ ବି କିଣୁଛି। କାରଣ ଭାରତର ନୀତି ସର୍ବଦା ନିଜ ଲୋକଙ୍କ ହିତ ପାଇଁ ରହି ଆସିଛି।

Get real time updates directly on you device, subscribe now.