fbpx

ଋଷ ବିରୁଦ୍ଧରେ ୟୁକ୍ରେନର ଦାବି: ଯୁଦ୍ଧରେ ପୁତିନ ସେନାର ନଷ୍ଟ କରିଛି ଏତିକି ବିମାନ, ମାରିଛି ୧୪ ହଜାରରୁ ଅଧିକ ସୈନ୍ୟ

ନୂଆଦିଲ୍ଲୀ: ୟୁକ୍ରେନର ବିଦେଶୀ ମନ୍ତ୍ରାଳୟ ଋଷ ସୈନ୍ୟ ବିରୁଦ୍ଧରେ ଏକ ବଡ ଦାବି କରିଛି । ୨୫ ଦିନର ଏହି ଯୁଦ୍ଧ ଭିତରେ ଋଷର ମୋଟ ୧୪, ୭୦୦ ସୈନ୍ୟଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛି ୟୁକ୍ରେନ ସେନା । କେବଳ ସେତିକି ନୁହେଁ, ୯୬ ବିମାନ, ୨୩୦ ଟ୍ୟାଙ୍କ ଏବଂ ୯୪୭ ବାହନକୁ ନଷ୍ଟ କରିବା ନେଷଇ ୟୁକ୍ରେନ ଦାବି କରିଛି । ସେପଟେ ଋଷର ଭୟଙ୍କର ଆକ୍ରମଣରେ ୟୁକ୍ରେନ ଦେଶର ପ୍ରାୟ ୧ କୋଟିରୁ ଅଦିକ ଲୋକ ବିସ୍ଥାପନ ହୋଇତିବା କହିଛି ସଂଯୁକ୍ତ ରାଷ୍ଟ୍ର ।

ଯୁଦ୍ଧରେ ଏବେ ଋଷ ସୈନିକଙ୍କୁ ଅଟକାଇ ରକିବାରେ ୟୁକ୍ରେନ ସଫଳ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ୟୁକ୍ରେନର ପାଲଟା ଜବାବରେ ଋଷ ସୈନିକ ଏବେ ରକେଟ ଆକ୍ରମଣ କରିବାରେ ମଧ୍ୟ ଫେଲ ମାରିଥିବା ସେ ଦାବି କରିଛନ୍ତି । ଗତ ତିନି ଦିନ ମଧ୍ୟରେ ଋଷ ସୈନିକ ଦୁଇ ଥର ହାଇପରସୋନିକ ଆକ୍ରମଣ କରିଛି । ମହା ଶକ୍ତିଶାଳୀ ଫିଞ୍ଜଲ ମିସାଇଲ ଦ୍ୱାରା ୟୁକ୍ରେନର ଦୁଇ ସ୍ତାନକୁ ଟାର୍ଗେଟ କରିଛି ପୁତିନ ସେନା । ଏହା ମଧ୍ୟରେ ମାରିୟୁପୋଲ ସିଟି ଦାବି କରିଛି ଯେ, ଗତ ସପ୍ତାହେ ମଧ୍ୟରେ ଋଷୀ ସୈନିକ ଏଠାରୁ ହଜାର ହଜାର ଲୋକଙ୍କୁ ସୀମା ପାର କରିଛନ୍ତି । ଏହା ସହିତ ୪ ଲକ୍ଷ ଜନତା ବିଶିଷ୍ଟ ଏହି ସହର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ସେଥିରେ ଋଷ ସଫଳ ହୋଇପାରିନାହିଁ । ସେପଟେ ଋଷ ଆକ୍ରମଣ ଫଳରେ ୟୁକ୍ରେନର ୧ କୋଟିରୁ ଅଧିକ ନାଗରିକ ଦେଶ ଛାଡି ପଳାୟନ କରିଥିବା ଦାବି କରିଛି ସଂଯୁକ୍ତ ରାଷ୍ଟ୍ର । ତେବେ ଏହି ସଂଖ୍ୟା ଦେଶର ଜନସଂଖ୍ୟାର ମୋଟ ଏକ ଚତୁର୍ଥାଂଶ ବୋଲି ଜଣାପଡିଛି ।

Get real time updates directly on you device, subscribe now.