fbpx

ଯେସାକୁ ତେସା: ଛୁରୀରେ ଆକ୍ରମଣ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗୁଳି କଲା ଡ୍ରାଇଭର, ଦେଖନ୍ତୁ ଭିଡ଼ିଓ

ୟରୁଶଲମ: ଦକ୍ଷିଣ ଇସ୍ରାଏଲର ସହର ବେରଶେବା ସହରରେ ଘଟିଛି ଏକ ଲୋମଟାଙ୍ଗୁରା ଘଟଣା । ଅଚାନକ୍ ଜଣେ ବ୍ୟକ୍ତି ଛୁରୀ ଧରି ଆକ୍ରମଣ କରିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ପୋଲିସ ଆତଙ୍କବାଦୀ ଆକ୍ରମଣ ଭାବେ ଘୋଷଣା କରିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ସଶସ୍ତ୍ର ବ୍ୟକ୍ତିମାନେ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ଏହା ପୂର୍ବରୁ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିଲା ।

ସୂଚନା ଅନୁସାରେ, ଏହି ଘଟଣା ବେରଶବା ସହରର ଏକ ସପିଂ ମଲ ବାହାରେ ଘଟିଛି । ପୋଲିସର କହିବା ମୁତାବକ, ଆକ୍ରମଣକାରୀ ପ୍ରଥମେ ଜଣେ ମହିଳାଙ୍କୁ ହତ୍ୟା କରିଥିଲା ଓ ପରେ ନିଜ କାରକୁ ଏକ ସାଇକେଲ ଚାଳକଙ୍କ ଉପରେ ଚଢ଼ାଇଦେଇଥିଲା । ଏହା ପରେ ସେ ଛୁରୀ ନେଇ ଲୋକଙ୍କ ପଛରେ ଦୌଡ଼ିବାରେ ଲାଗିଥିଲା । ଏହାକୁ ଦେଖି ସେଠାରେ ଥିବା ଲୋକେ ପାଟିତୁଣ୍ଡ-ଚିତ୍କାର କରିବା ଆରମ୍ଭ କରିଥିଲେ । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆକ୍ରମଣକାରୀ ଜଣକ ହୁରାର ବେଡୁଇନ୍ ସହରର ବାସିନ୍ଦା ୩୪ ବର୍ଷିୟ ମହମ୍ମଦ ଗାଲେବ ଆବୁ ଅଲ-କିଆନ । ଆତଙ୍କବାଦୀ ଘଟଣା ମାମଲାରେ ସେ ୪ ବର୍ଷ ଜେଲ ଦଣ୍ଡ ଭୋଗି ଥିବା ଜଣାପଡିଛି । ଆକ୍ରମଣକାରୀକୁ ଜଣେ ବସ୍ ଡ୍ରାଇଭର ଗୁଳି କରି ନିହତ କରିଥିଲା । ନହେଲେ ସେ ଅନ୍ୟ କୌଣସି ନିରୀହ ବ୍ୟକ୍ତିଙ୍କୁ ଆକ୍ରମଣ କରିଥାନ୍ତା । ଘଟଣାର ଛାନଭିନ୍ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.