fbpx

‘ଘଣ୍ଟାକୁ ୨୦୦ ଟଙ୍କା’ କ୍ୟାବିନ ନେଇ ଅଶ୍ଲୀଳ କାମ କରୁଥିଲେ ପ୍ରେମିକ-ପ୍ରେମିକା, ଏମିତି ଆକ୍ସନ ନେଲା ପୋଲିସ

ତେଲେଙ୍ଗାନା: ହୋଟେଲ ଓ କାଫେରେ କପଲଙ୍କୁ ଏଣ୍ଟ୍ରି ନେଇ ଟଙ୍କା ଲୁଟିବା ଓ କପଲଙ୍କ ଦ୍ୱାରା ଅନୈତିକ କାମ କରିବା ଭଳି ମାମଲା ବିରୋଧରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କାଫେରେ ହୋଇଥିବା କ୍ୟାବିନକୁ ହଟାଇବାକୁ ପୋଲିସ ନିର୍ଦ୍ଦେଶ ଦେଇଛି । ପୋଲିସର କହିବା ମୁତାବକ, ଏହି କ୍ୟାବିନକୁ ଯୁବକ-ଯୁବତୀମାନେ ଘଣ୍ଟାକୁ ୨୦୦ ଟଙ୍କା ହିସାବରେ ରିଜର୍ଭ କରୁଛନ୍ତି ଓ ଏକାନ୍ତରେ ଅନୈତିକ କାମ କରୁଛନ୍ତି । ଘଟଣାକୁ ଗୁରୁତର ସହ ନେବା ସହ କାଫେକୁ ୨ ଦିନ ବନ୍ଦ ରଖିବାକୁ କୁହାଯାଇଛି ।

ତେବେ ତେଲେଙ୍ଗାନାର ଚୁରୁ ଜିଲ୍ଲାର ଏକ କାଫେରେ କଳାକ୍ରାରର ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଆକ୍ସନ ନେଇଛି । ପୋଲିସର କହିବା ମୁତାବକ, ହୋଟେଲ ଓ କାଫେରେ ଚଢ଼ାଉ ସମୟରେ ଏପରି କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଏହି କାଫେ ଆଢ଼ୁଆଳରେ ଦେହଜୀବୀଙ୍କ କାମ ବି ଚାଲୁଛି । କୌଣସି କାଫେରେ କ୍ୟାବିନ ନ ଦେବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସର ଚେତାବନୀ ପରେ କିଛି କାଫେ ମାଲିକ କ୍ୟାବିନ୍ ହଟାଇଦେଇଛନ୍ତି । କ୍ୟାବିନ ନ ହଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.