fbpx

ଏଥର ଚୈତ୍ର ନବରାତ୍ରିରେ ଏହି ୬ଟି ରାଶିର ଲୋକଙ୍କର କିସ୍ମତ ଚମକିବ, ଜାଣନ୍ତୁ ଆପଣ କେତେ ଭାଗ୍ୟବାନ

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ । ବର୍ଷକ ମଧ୍ୟରେ ନବରାତ୍ରି ମାତ୍ର ଚାରିଥରେ ଆସେ, ମାତ୍ର ଚୈତ୍ର ଓ ଶାରଦୀୟ ନବରାତ୍ରି ବହୁତ ଖାସ୍ ରହିଥାଏ । ଚଳିତ ବର୍ଷର ଚୈତ୍ର ନବରାତ୍ରି ଏପ୍ରିଲ ୨ ତାରିଖରୁ ଆରମ୍ଭ ହେବା ସହ ଏପ୍ରିଲ ୧୧ରେ ଏହାର ସମାପ୍ତ ହେବ । ନବରାତ୍ରିରେ ମା’ ଦୁର୍ଗାଙ୍କ ୯ଟି ସ୍ୱରୂପକୁ ବିଧି ବିଧାନ ସହ ପୂଜା କରାଯାଇଥାଏ । ଏହି ସମୟରେ ୯ ଦିନ ପର୍ଯ୍ୟନ୍ତ ଲୋକମାନେ ବ୍ରତ, ଉପବାସ କରିଥାନ୍ତି । ନବରାତ୍ରିର ପ୍ରଥମ ଦିନ କଳସ ସ୍ଥାପନା କରାଯାଇଥାଏ । ଏହି ଦିନ ମାତାଙ୍କ ପାଠ କଲେ ଦେବୀ ଭଗବତୀଙ୍କ ଖାସ୍ କୃପା ଲାଭ ହୋଇଥାଏ ବୋଲି କୁହାଯାଏ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଏଥର ଚୈତ୍ର ନବରାତ୍ରି ଶୁଭଦାୟକ ସାବ୍ୟସ୍ତ ହେବ ।

ମେଷ: ଏଥର ନବରାତ୍ରି ମେଷ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ । ଏହି ରାଶିର ଲୋକମାନେ ଧ୍ୟାନ ସହ ଦେବୀ ଲକ୍ଷ୍ମୀଙ୍କ ପୂଜା କଲେ ଖୁସି ଓ ଆଶିର୍ବାଦ ଲାଭ ହୋଇଥାଏ । ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ସମସ୍ତ ପରିଶ୍ରମରେ ରଙ୍ଗ ଭରିଯିବ ।

ବୃଷ: ଏହି ରାଶିର ଲୋକଙ୍କ ପାଇଁ ଏଥର ନବରାତ୍ରି ଖୁସି ନେଇ ଆସିବ । ଏମାନଙ୍କର ଆର୍ଥିକ ସ୍ଥିତି ବର୍ତ୍ତମାନଠାରୁ ସୁଧୁରିବା ଆରମ୍ଭ ହେବ । ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ କର୍ମଚାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବା ସହ ବିଭିନ୍ନ ସ୍ରୋତରୁ ଆୟ ମିଳିବ ।

କର୍କ: କର୍କ ରାଶିର ଲୋକଙ୍କ ପାଇଁ ଏଥର ନବରାତ୍ରି ବହୁତ ଖୁସି ଆଣିବେ । ଆପଣଙ୍କର ବିତ୍ତୀୟ ଅଭିବୃଦ୍ଧି ହେବା ସହ ଆତ୍ମବିଶ୍ୱାସ ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ ।

ସିଂହ: ସିଂହ ରାଶିର ପୁରୁଷ ଓ ମହିଳାଙ୍କୁ ଏଥର ନବରାତ୍ରି ଅବସରରେ ଧନ ପ୍ରାପ୍ତି ହେବ । କୌଣସି ଦିଗରୁ ଆପଣଙ୍କୁ ଅପ୍ରତ୍ୟାଶିତ ଭାବେ ଲାଭ ମିଳିବା ସହ ଯାତ୍ରା ସମୟରେ ଅର୍ଥ ମଳିବାର ସମ୍ଭାବନା ରହିଛି । ଏଥିସହ ବିଦେଶ ଯାତ୍ରା ଓ ଚାକିରିରେ ପଦୋନ୍ନତି ମିଳିପାରେ ।

କନ୍ୟା: କନ୍ୟା ରାଶିଧାରୀଙ୍କ ପାଇଁ ଏଥର ନବରାତ୍ରି ଆୟର ମାଧ୍ୟମ ପାଲଟିବ । ପ୍ରେମ ବ୍ୟାପାରକୁ ନେଇ ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ । ଆର୍ଥିକ କ୍ଷେତ୍ରରେ ଆପଣ ମଜବୁତ ରହିବେ ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଏହି ନବରାତ୍ରି ଶୁଭ ଓ ଉତ୍ତମ ରହିବ । ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ବହୁ ସଫଳତା ପ୍ରାପ୍ତି ହେବ । ଧନ ଅର୍ଜନର ସମସ୍ତ ରାସ୍ତା ଖୋଲିଯିବା ସହ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରୁ ଆପଣଙ୍କୁ କେବଳ ଖୁସ ହିଁ ଖୁସି ମିଳିବ ।

Get real time updates directly on you device, subscribe now.