fbpx
BJD
BJD SKY
BJD SKY

ମୋଦୀଙ୍କ ପାଖରେ ନାହିଁ କୌଣସି ନିଜ କାର! ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶରେ ନୁହେଁ, ବରଂ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କାରଣ ଯୋଗୁଁ ତାଙ୍କ ରାଜନୀତିଠୁ ନେଇ ପାରିବାରିକ ଜୀବନ ସହ ଜଡ଼ିତ ସମସ୍ତ ତଥ୍ୟ ଜାଣିବାକୁ ଲୋକମାନେ ଆଗ୍ରହୀ ଥାଆନ୍ତ । କିଛି ଲୋକ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଚାହାଁନ୍ତି । ମୋଦୀଙ୍କ ସମ୍ପତ୍ତିକୁ ନେଇ ଲୋକମାନଙ୍କ ମନରେ ଅନେକ ଧାରଣା ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କର କେତେ ସମ୍ପତ୍ତି ଅଛି, ଆସନ୍ତୁ ଜାଣିବା…

୧.୫ ଲକ୍ଷର ଜୀବନ ବୀମା ପଲିସି
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ପ୍ରାୟ ତିନି କୋଟି ଟଙ୍କା । ୨୦୨୧ ମସିହାରେ ପ୍ରକାଶିତ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି, ଯାହାକି ଏବେ ୩.୦୭ କୋଟି ଟଙ୍କା ହୋଇଛି । ଗତ ବର୍ଷ ପିଏମ ମୋଦୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨.୮୫ କୋଟି ଟଙ୍କା ଥିଲା । ସୂଚନା ଅନୁସାରେ, ପିଏମ ମୋଦୀଙ୍କ ପାଖରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର ରହିଛି, ଯାହାର ମୂଲ୍ୟ ୮.୯ ଲକ୍ଷ ଟଙ୍କା । ଏହା ସହିତ ୧.୫ ଲକ୍ଷ ଟଙ୍କା ମୂଲ୍ୟର ଜୀବନ ବୀମା ପଲିସି ରହିଛି ।

ମୋଦୀଙ୍କ ପାଖରେ ନାହିଁ ନିଜ ଗାଡ଼ି
ଏହା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ନିଜର କୌଣସି ଗାଡି ନାହିଁ । ତାଙ୍କ ପାଖରେ ୧.୪୮ ଲକ୍ଷ ମୂଲ୍ୟର ୪ ଟି ସୁନା ମୁଦି ଅଛି । ୩୧ ମାର୍ଚ୍ଚ ୨୦୨୧ ରେ ପିଏମ ମୋଦୀଙ୍କ ବ୍ୟାଙ୍କ ବାଲାନ୍ସ କେବଳ ଦେଢ଼ ଲକ୍ଷ ଟଙ୍କା ଥିଲା ଓ ନଗଦ ମାତ୍ର ୩୬ ହଜାର ଟଙ୍କା ଥିଲା । ଖବର ଅନୁସାରେ, ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ କୌଣସି ସମ୍ପତ୍ତି କିଣିନଥିଲେ । କେବଳ ତାଙ୍କ ଆବାସିକ ସମ୍ପତ୍ତିର ମୂଲ୍ୟ ୧.୧ କୋଟି ଟଙ୍କା ବୋଲି ଜଣାପଡିଛି ।

Get real time updates directly on you device, subscribe now.