fbpx

ଦିଲ୍ଲୀରେ ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ୩ ଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ତେବେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସଂସଦ ଭବନ କାର୍ଯ୍ୟାଳରେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଏହା ସହ ରାଷ୍ଟ୍ରପତି ନିର୍ବାଚନ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ  । ନବୀନ କହିଛନ୍ତି  ରାଷ୍ଟ୍ରପତି ନିର୍ବାଚନ ନେଇ ଶାସକ କିମ୍ବା ବିରୋଧୀ ଦଳ କେହି ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି ।

Get real time updates directly on you device, subscribe now.