ପୁଣେ: ଇଲେକ୍ଟ୍ରିକ୍ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ଏବେ ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସିଙ୍ଗାପୁରରେ ଇଲେକ୍ଟିକାଲ ଭାବେ କାମ କରୁଥିବା ମୁରଗେସନ ଗତ କିଛିଦିନ ତଳେ ଛୁଟିଦିନ କାଟିବାକୁ ନିଜ ଘରକୁ ଆସିଥିଲେ । ସେ ଗତ ୫ ମାସ ପୂର୍ବରୁ ଏକ ଇଲେକ୍ଟ୍ରିକ୍ ସ୍କୁଟି କିଣିଥିଲେ ।
କୁହାଯାଉଛି ଯେ, ଏହି ଇଲେକ୍ଟ୍ରିକ୍ ସ୍କୁଟି ଓକେିନାୱା କମ୍ପାନୀର ଥିଲା । ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ରେ ଜଣେ ବନ୍ଧୁ ବାଲୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ । ପରଦିନ ଯେତେବେଳେ ତାଙ୍କ ବନ୍ଧୁ ବାଲୁ ନିଜ ଦୋକାନ ଖୋଲିଲେ, ସେବେ ଇଲେକ୍ଟ୍ରିକ୍ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ।
ଏହାପୂର୍ବରୁ ଶନିବାର ଦିନ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ଓଲା ସ୍କୁଟରରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇନଥିଲେ ।