fbpx
BJD SKY
BJD SKY

ଅସହ୍ୟ ତାତିରେ ସିଝୁଛି ଓଡିଶା, ଆହୁରୀ ୪ ଦିନ କଲବଲ କରିବ ପ୍ରଚଣ୍ଡ ରୋଦ୍ର ତାପ, ଖରା ନେଇ ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) :  ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ  ପ୍ରବାହ ଜାରି। ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନତା। ସକାଳ ୮ଟାରୁ ତାତି  ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷା । ଆହୁରି ୩ରୁ ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୩୦ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସହରରେ ପ୍ରଚଣ୍ଡ ତାତି ଅନୁଭୂତ ହେବାକୁ ଥିବାରୁ ୮ଟି ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ପବନ ବୋହିବା ଯୋଗୁଁ ତାତି ବଢ଼ିବାରେ ଲାଗିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ମୁଣ୍ଡଫଟା ଖରା ଜାରି ରହିବ । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ବଲାଙ୍ଗୀର ସମେତ ରାଜ୍ୟର ୭ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ପାଣିପାଗ ବିଭାଗର ସୂଚନାନୁ ସାରେ ବଲାଙ୍ଗିର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ବାରିପାଦା ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।

Get real time updates directly on you device, subscribe now.