fbpx

ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିର ମାନସିକ, ଶାରୀରିକ କ୍ଷତିର ଗଣନା ଟଙ୍କା ସହ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିର ମାନସିକ ଓ ଶାରୀରିକ କ୍ଷତିର ଗଣନା ଟଙ୍କା ସହ କରାଯାଇପାରିବ ନାହିଁ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ କ୍ଷତିପୂରଣ ଦେବା ବ୍ୟତୀତ ଅନ୍ୟ କୌଣସି ରାସ୍ତ ନାହିଁ । ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ ସହିତ ସଡ଼କ ଦୁର୍ଘଟଣାରେ ଏକ ଶିଶୁଙ୍କ କ୍ଷତିପୂରଣ ରାଶିକୁ ବଢ଼ାଇ ୪୯.୯୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କ ଖଣ୍ଡପୀଠ ଏହି କ୍ଷତିପୂରଣ ରାଶି ସହିତ ସୁଧ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛିି । ଖଣ୍ଡପୀଠର କହିବା ମୁତାବକ, ବ୍ୟକ୍ତିଗତ ଆଘାତ ମାମଲାରେ କ୍ଷତି ସ୍ଥିର କରିବା ସହଜ ନୁହେଁ । ଏକ ଶିଶୁଙ୍କ ଆବେଦନ ଉପରେ ଏହି ଖଣ୍ଡପୀଠ ଏପରି ଶୁଣାଣି କରିଛି, ଯେ କି କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଯାନବାହାନ ଦୁର୍ଘଟଣା ଡ୍ରଗ୍ ଟ୍ରିବ୍ୟୁନାଲ୍ର କ୍ଷତିପୂରଣ ହିସାବରେ ଶିଶୁକୁ ୧୮.୨୪ ଲକ୍ଷ ଟଙ୍କା ବଦଳରେ ୧୩.୪୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମେଡିକାଲ ରିପୋର୍ଟ ଅନୁସାରେ, ପିଲାଟି ତାର ୨ଟି ଯାକ ଗୋଡ଼କୁ ଆଉ ହଲାଇପାରୁନାହିଁ । ଗୋଡରେ ଜୀବନ ନଥିବାରୁ ତାଙ୍କୁ ପରିସ୍ରା, କୋଷ୍ଠକାଠିନ୍ୟ ଓ ଶୋଇବାରେ ଅନେକ ଅସୁବିଧା ହେଉଛି । ତାଙ୍କର ବର୍ତ୍ତମାନ ଅବସ୍ଥାକୁ ଦେଖିଲେ ତାଙ୍କ ଜୀବନ ପାଇଁ ଜଣେ ସେବକ ଆବଶ୍ୟକ ପଡ଼ିବ । ଦୁର୍ଘଟଣା କାରଣରୁ ପିଲାଟି ପିଲାଦିନକୁ ହରାଇବା ସହ ଜୀବନର ଅନେକ ଭାଗ ହରାଇଛି । ପିଲାଟିର ବିବାହ ହେବା ମଧ୍ୟ ଅସମ୍ଭବ, ଏଥିପାଇଁ ତାକୁ କ୍ଷତିପୂରଣ ତ ମିଳିବା ଦରକାର ।

Get real time updates directly on you device, subscribe now.