ପେଟ୍ରୋଲ ଦରକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଙ୍କି ଗଲେ ଯୋଗ ଗୁରୁ ବାବା ରାମଦେବ: କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ପୁଣି ଥରେ ବିବାଦରେ ଯୋଗ ଗୁରୁ ବାବା ରାମଦେବ । ୨୦୧୪ରେ ବାବା ଦେଇଥିବା ବୟାନକୁ ନେଇ ପୁଣି ଥରେ ଫସି ଯାଇଛନ୍ତି । ୩୫ ଟଙ୍କାରେ ପେଟ୍ରୋଲ ମିଳିବାକୁ ନେଇ ବାବା ଦେଇଥିବା ବୟାନକୁ ନେଇ ସର୍ବଦା ବିବାଦରେ ରୁହନ୍ତି । ବିଭିନ୍ନ ମିମରେ ବାବାଙ୍କ ବୟାନକୁ ବ୍ୟବହାର କରାଯାଉଥିବା ବେଳେ ଏହାକୁ ନେଇ ସର୍ବଦା ପ୍ରଶ୍ନ ମଧ୍ୟ କରାଯାଇଥାଏ । ପରସ୍ଥିତି ଏମିତି ହୋଇଛି କି ସମାନ ବୟାନକୁ ନେଇ ଜଣେ ରିପୋର୍ଟରଙ୍କୁ ଧମକ ମଧ୍ୟ ଦେଇଛନ୍ତି ରାମଦେବ । ବର୍ତ୍ତମାନ ଦେଶରେ ତେଲ ଓ ଗ୍ୟାସ ଦର ହୁ ହୁ ହୋଇ ବଢି ଚାଲିଛି । ଏହି ପ୍ରସଙ୍ଗରେ ରିପୋର୍ଟରଙ୍କ ପ୍ରଶ୍ନକୁ ପ୍ରଥମେ ରାମଦେବ ଅତ୍ୟନ୍ତ ହାଲୁକା ଭାବରେ ନେଇଥିଲେ । ତେବେ ରିପୋର୍ଟର ଜଣଙ୍କ ବାରମ୍ବାର ପଚାରିବା ଫଳରେ ବାବା ଉତ୍ୟକ୍ତ ହୋଇ ପଡିଥିଲେ ।
ମୁଁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବାକୁ ଠିକା ନେଇନାହିଁ ବୋଲି କହିଥିଲେ ରାମଦେବ । ମୁଁ ୨୦୧୪ରେ ଏକ ମନ୍ତବ୍ୟ ଦେଇଥିଲି ବର୍ତ୍ତମାନ ଦେଉ ନାହିଁ ତ କଣ କରିବ ତୁମେ ବୋଲି ଅଡୁଆ ପ୍ରଶ୍ନ କରିଥିଲେ । ଏହାପରେ ମଧ୍ୟ ରିପୋର୍ଟର ଜଣଙ୍କ ପ୍ରଶ୍ନ କରିବାରୁ ରାମଦେବ କହିଥିଲେ କି ଏହା ତୁମ ପାଇଁ ଠିକ୍ ହେବ ନାହିଁ । ଏହି ଭିଡିଓଟିକୁ ଜଣେ ବ୍ୟବହାରକାରୀ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିବା ପରେ ଏହା ବେଶ ଭାଇରାଲ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ କ୍ଷମତାରୁ ହଟିଲେ ୩୫ ଟଙ୍କାରେ ପେଟ୍ରୋଲ ମିଳିବ ବୋଲି ୨୦୧୪ରେ ବୟାନ ଦେଇଥିଲେ ବାବା ରାମଦେବ ।
Baba ramdev ka ghmand dekho ?
Isne logo ko jhuthi umid di
Or aaj question kie to akad m h baba pic.twitter.com/z5M5r7OdxS— Rajan (@RajanJh34157543) March 30, 2022