fbpx

ଏହି ଦେଶକୁ ପୁଣି ଫେରିଲା କର୍ଫ୍ୟୁ: ଦେଶବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କଲେ ସରକାର

କଲମ୍ବୋ: ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଅଚାନକ ଘୋଷଣା ହୋଇଛି ଲକଡାଉନ । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ସରକାର । ଆଜି ସନ୍ଧ୍ୟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସୋମବାର ସକାଳେ ଏହି କର୍ଫ୍ୟୁ ହଟାଇ ଦିଆଯିବ । ଦେଶରେ ଜରୁରୀକାଳୀନ ଘୋଷଣା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର ।

ବର୍ତ୍ତମାନ ଐତିହାସିକ ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ତେବେ ଏହି ସମୟରେ ସାର୍ବଜନିକ ସୁରକ୍ଷା ବ୍ୟବସ୍ଥା ସହିତ ସଭିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାଷ୍ଟ୍ରପତି ରାଜପକ୍ଷେଙ୍କ ଆବାସ ଆଗରେ ଧାରଣା ଦେଇଥିବା ଗୋଷ୍ଠୀକୁ ଜାମିନ ମଞ୍ଜୁର କରିବା ପରେ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ତେବେ ସାଧାରଣ ଜନତା ସାମନା କରୁଥିବା ବିଭିନ୍ନ ଅସୁବିଧାର ସମାଧାନ କରିବା ପାଇଁ ଏହି ଦାରଣା ଦେଇଥିବା ଧାରଣାରତ ଗୋଷ୍ଠୀ କହିଛନ୍ତି । ଏଥିସହିତ ତାଙ୍କର ଏହି ଧାରଣା କୌଣସି ରାଜନୈତିକ ସଂଗଠନ ସହ ଯୋଡି ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.