fbpx
BSKY SKY
BSKY SKY

ଦୃଶ୍ୟମାନ ହେଲା ରମଜାନର ଚାନ୍ଦ, ରବିବାର ପ୍ରଥମ ରୋଜା

BSKY

ନୂଆଦିଲ୍ଲୀ: ଦେଶରେ ଶନିବାର ରମଜାନର ଚାନ୍ଦ ଦେଖିବାକୁ ମିଳିଛି। ଚାନ୍ଦ ଦୃଶ୍ୟମାନ ହେବା ପରେ ରମଜାନର ମାସ ଆଜିଠୁ ଆରମ୍ଭ ହୋଇ ଯାଇଛି । ଜାମା ମସଜିଦର ଶାହି ଇମାମ ଏହାର ଘୋଷଣା କରିଛନ୍ତି । ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସ ପରେ ମିଠି ଇଦ ପାଳନ କରାଯିବ । ସମଗ୍ର ଦୁନିଆରେ ମୁସଲମାନ ରମଜାନର ପବିତ୍ର ମାସ ପାଳନ କରନ୍ତି । ଲୋକେ ଦିନରେ ନିଜର ପ୍ରଥମ ଭୋଜନ ପାଇଁ ସକାଳେ ଶୀଘ୍ର ଉଠନ୍ତି ଏବଂ ସନ୍ଧ୍ୟାରେ ଇଫତାର ସହ ନିଜ ଉପବାସ ଭାଙ୍ଗିଥାନ୍ତି । ରମଜାନକୁ ରମଦାନ ମଧ୍ୟ କୁହାଯାଏ । ଏହି ମାସକୁ ଏ ରମଜାନ ମଧ୍ୟ କୁହାଯାଏ।

ଇସଲାମିକ ଶିକ୍ଷା ଦାରୁଲ ଉଲୁମରେ ଚାନ୍ଦ ଦେଖିବାର ଆୟୋଜନ କରୁଥିବା ରୁୟତ ଏ ହିଲାଲ କମିଟି ଦେଶର ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ କରି ଚାନ୍ଦ ଦୃଶ୍ୟମାନ ହେବା ସହ ରମଜାନ ମାସ ଘୋଷଣା କରିଛନ୍ତି । ଦାରୁଲ ଉଲୁମର ମୋହତମିମ ମୌଲାନା ମୁଫତି ଅବୁଲ କାସିମ ନୋମାନୀ କହିଛନ୍ତି, ପ୍ରଥମ ରୋଜା ରବିବାର ପାଳନ କରାଯିବ। ମୋହତମିମ ସମସ୍ତ ଦେଶବାସୀଙ୍କୁ ମୁକଦ୍ଦସ ରମଜାନ ମାସର ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.