fbpx

ଭାରତୀୟ ସେନାର ହେଲିକପ୍ଟରରେ ହଠାତ ଯାନ୍ତ୍ରିକ ତ୍ରୁଟି: ହିମାଚଳର ଉନାରେ କରାଗଲା ଇମରଜେନ୍ସି ଲାଣ୍ଡିଂ

ନୂଆଦିଲ୍ଲୀ: ଭାରତୀୟ ସେନାର ଏକ ଚପ୍ପରରେ ହଠାତ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ହିମାଚଳର ଉନା ସହରରେ ଏହାର ଇମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି । ତେବେ ହେଲିକପ୍ଟର ଅଚାନକ ଅବତରଣ କରାଯିବାରୁ ସ୍ଥାନୀୟ ଲୋକଙ୍କ ମନରେ ସାମାନ୍ୟ ଭୟ ସୃଷ୍ଟି ହୋଇଛି । ବିନା କୌଣସି ସୂଚନା କିମ୍ବା ପୂର୍ବ ନିର୍ଦ୍ଦେଶ ନଥାଇ ହେଲିକପ୍ଟର ଲ୍ୟାଣ୍ଡିଂ କରାଯିବାରୁ ଲୋକମାନେ ସାମାନ୍ୟ ଭୟରେ ରହିଥିଲେ ।

ସୂଚନା ଅନୁସାରେ, ନକଡୋହ ଗ୍ରାମ ଆକାଶରେ କିଛି ସମୟ ଭାରସାମ୍ୟ ହରାଇବା ପରେ ପାଇଲଟ ସ୍ଥାନୀୟ ରାମଲୀଳା ଗ୍ରାଉଣ୍ଡରେ ହେଲିକପ୍ଟରକୁ ଇମରଜେନ୍ସି ଲ୍ୟାଣ୍ଡ କରାଇଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଯବାନ ପହଞ୍ଚି ଏ ସମ୍ପର୍କରେ ଅଧିକାରୀଙ୍କୁ ରିପୋର୍ଟ ଦେବା ପରେ ଅନ୍ୟ ଏକ ଚପ୍ପର ଘଟଣାସ୍ଥଳରେ ପହଞ୍ଚିଛି । ତେବେ ସେନା କର୍ମଚାରୀମାନେ ହେଲିକପ୍ଟରକୁ ଠିକ କରିବା କାମରେ ଲାଗି ପଡିଛନ୍ତି । ତେବେ ଏହି ଚପ୍ପରକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.