ନୂଆଦିଲ୍ଲୀ: କଲେଜ ଦିନରେ ଅନେକ ଥର ଯୁବତ ଯୁବତୀମାନେ ଏପରି କିଛି କାମ କରିଥାନ୍ତି, ଯାହା ବିଷୟ ସେମାନଙ୍କ ଘନିଷ୍ଠ ବନ୍ଧୁ ବି ଜାଣିନଥାନ୍ତି । ଯେବେ ସେମାନଙ୍କୁ ବନ୍ଧୁଙ୍କୁ ଏପ ବିଷୟରେ ଜଣାପଡେ, ତେବେ ସେମାନଙ୍କୁ ବି ବିଶ୍ୱାସ ହୋଇନଥାଏ । କଲେଜ ଦିନରେ ସମସ୍ତେ ପାଠ ପଢା ସହିତ ମସ୍ତି କରିବା ମୁଡରେ ଥାଆନ୍ତି । ଏହାରି ମଧ୍ୟରେ ଜଣେ ମହିଳା ନିଜ କଲେଜ ଦିନକୁ ମନେ ପକାଇ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ମହିଳାଙ୍କ ବିଷୟରେ ଜାଣି ତାଙ୍କ ସାଙ୍ଗମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।
ମହିଳାଙ୍କ ନାଁ ମାକକଲ ବ୍ରକ ହୋଇଥିବା ବେଳେ ସେ ନିଜ ଟିକଟକ୍ ଆକାଉଣ୍ଟରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରିଛନ୍ତି । ସେ ଏହି ଭଡିଓରେ ନିଜ କଲେଜ ଲାଇଫ୍ ସହ ଜଡ଼ିତ ଏକ ମଜାଦାର ଘଟଣା ସେୟାର କରିଛନ୍ତି । ଯୁବତୀ ଜଣକ ୧୬ ଦିନରେ ଅଲଗା ଅଲଗା ପୁଅଙ୍କ ସହ ଡେଟରେ ଯାଇଥିଲେ ।
କିନ୍ତୁ ବ୍ରକ ଏହାର ଯେଉଁ କାରଣ କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେ କହିଛନ୍ତି ଯେ, କଲେରେ ପଢ଼ିବା ସମୟରେ ତାଙ୍କ ପାଖରୁ ଟଙ୍କା ସରିଯାଏ । ସେବେ ବ୍ରକଙ୍କ ପାଖରେ ଖାଇବାକୁ ବି ଟଙ୍କା ନଥାଏ । ଫଳରେ ଖାଇବା ପାଇଁ ସେ ଡେଟରେ ଯାଆନ୍ତି । ସେ ଅଜଣା ଯୁବକଙ୍କ ସହ ଡେଟରେ ଯିବାକୁ ଡେଟିଂ ଆପର ସାହାରା ନିଅନ୍ତି । ସବୁଦିନ ନୂଆ ନୂଆ ଯୁବକଙ୍କ ସହ ସାକ୍ଷାତ କରି ସେମାନଙ୍କ ସହ ଡିନର ଡେଟରେ ଯାଉଥିଲେ । ଏମିତି ହିଁ ତାଙ୍କ ପେଟ ଭରି ଯାଉଥିଲା ଓ ସେ ଡେଟ ବି କରୁଥିଲେ ।
ବ୍ରକ କହିଛନ୍ତି ଯେ, ସେ ଲଗାତାର ୧୬ ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ପୁଅ ସହ ଡିନର କରିବାକୁ ଯାଇଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ଏଭଳି କାହାଣି ଶୁଣି ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଏହାକୁ ତାଙ୍କର ଚତୁରତା ବୋଲି କହିଛନ୍ତି । ଅନ୍ୟପଟେ ମହିଳାଙ୍କୁ ଟ୍ରୋଲିଂ ର ବି ଶିକାର ହେବାକୁ ପଡିଛି ।