fbpx
BSKY
BJD MC SKY
BJD YOUTH SKY

ଅଫିସରେ ମୋବାଇଲ ଅନୁମତିକୁ ନେଇ ନୂଆ ଗାଇଡ୍ ଲାଇନ୍: ଜାଣନ୍ତୁ କଣ ହେଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଅଫିସ ମଧ୍ୟକୁ ମୋବାଇଲ ନେଇ ପାରିବେ ନାହିଁ । ବିଗତ ମାସେ ମଧ୍ୟରେ ପଞ୍ଜାବର ସମସ୍ତ ସରକାରୀ ଅଫିସରେ ଏହି ନିୟମ ଲାଗୁ କରାଯାଇଥିଲା । ଫଳରେ କେହିବି ଅଫିସ ଭିତରକୁ ମୋବାଇଲ ନେଇ ଯାଇ ପାରୁ ନଥିଲେ । ନବ ନିର୍ବାଚିତ ସରକାରଙ୍କ ପକ୍ଷରୁ ଭ୍ରଷ୍ଟାଚାର ବିରୋଧୀ ହେଲ୍ପଲାଇନ ଆରମ୍ଭ କରାଯାଇଥିଲା । କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଅଡିଓ ଏବଂ ଭିଡିଓ ପ୍ରମାଣ ମିଳିଲେ ଦଣ୍ଡଦେଶ କରାଯିବା ନେଇ ଘୋଷଣା ପରେ ସମସ୍ତ ଅଫିସରେ ମୋବାଇଲ ବ୍ୟବହାରକୁ ବନ୍ଦ କରି ଦିଆଯାଇଥିଲା ।

ତେବେ ଶନିବାର ଦିନ ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି ପଞ୍ଜାବ ସରକାର । ଏଣିକି ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ସମସ୍ତେ ଫୋନ ନେଇ ଯାଇ ପାରିବେ । ତେବେ ଅଳ୍ପ କିଛି ଗୁରୁତ୍ୱ ପୂର୍ଣ ସ୍ଥାନ ଯେଉଁଠାରେ ସ୍ପର୍ଷକାତର ସୂଚନା ରହିଥିବ ସେଠାକୁ ଫୋନ୍ ନେଇ ଯିବା ଉପରେ କଟକଣା ବଳବତ୍ତର ରହିଛି ।

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସମସ୍ତ ସଚିବ ଏବଂ କର୍ମଚାରୀଙ୍କୁ ସାଧାରଣ ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ଅଧିକାରୀ ସମୟାନୁବର୍ତ୍ତୀ ହେବା ସହିତ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ମାନ୍ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.