fbpx

ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ପତ୍ନୀ ନୀତୁ

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଧର୍ମପତ୍ନୀ ନୀତୁ କପୁରଙ୍କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଏକ ଶିଶୁ କଳାକାରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନୀତୁ ଖୁବଶୀଘ୍ର ଏକ ନୂଆ ଇନିଂସ ଖେଳିବାକୁ ଯାଉଛନ୍ତି । ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ଋଷିଙ୍କୁ ବିବାହ କରିବା ପରେ ନୀତୁ ଫିଲ୍ମ ଦୁନିଆ ଠାରୁ ନିଜକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇଥିଲେ । ତାଙ୍କର ବିବାହର ପରବର୍ତ୍ତୀ ଜୀବନ ଋଷିଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ନୀତୁ କହିଥିଲେ । ନୀତୁ ‘ଡ୍ୟାନ୍ସ ଦିୱାନେ ଜୁନିୟର’ରେ ଜଜ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିସହିତ ଖୁବଶୀଘ୍ର ‘ଯୁଗ-ଯୁଗ ଜିୟୋ’ ଫିଲ୍ମରେ ମଧ୍ୟ ଦେଖାଦେବେ ।

ଋଷିଙ୍କ ପରଲୋକ ଗମନ ପରେ ଏବେ ନୀତୁ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ହୋଇଯାଇଥିଲେ । ଶେଷଥର ପାଇଁ ଋଷି ‘ଶର୍ମାଜୀ ନମକୀନ’ ପରଦାରେ ଦେଖାଦେଇଥିଲେ । ଉକ୍ତ ଫିଲ୍ମ ସହିତ ତାଙ୍କ ଜୀବନର ବହୁ ସମ୍ବନ୍ଧ ରହିଛି । ବାସ୍ତବରେ ସେ ଖୁବଶୀଘ୍ର ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେଥିପାଇଁ ସେ ଖୁବ୍ ଉତ୍ସାହିତ ଥିବା ନୀତୁ କହିଛନ୍ତି ।

ନୀତୁ କହିଛନ୍ତି, ଋଷିଙ୍କ ଦେହାନ୍ତ ପରେ ମୋ ପାଖକୁ ‘ଯୁଗ-ଯୁଗ ଜିୟୋ’ର ଅଫର ମିଳିଥିଲା । ମାତ୍ର ମୁଁ ମାନସିକ ସ୍ତରରେ ଅଭିନୟ କରିବାକୁ ପ୍ରସ୍ତୁତ ନଥିଲି । ପରବର୍ତ୍ତୀ ସମୟରେ ମୁଁ ଅଭିନୟ କରିବାକୁ ପ୍ରସ୍ତୁତ ହୋଇଥିଲି । ଶୁଟିଂ ସେଟର ପ୍ରଥମ ଦିନ ମୋର ଅବସ୍ଥା ଖରାପ ରହିବା ସହ ମୁଁ ବହୁତ ଉତ୍ସାହ ଓ ଡିପ୍ରେସନରେ ଥିଲି । ଧୀରେଧୀରେ ସମୟ ସହିତ ମୋର ପରିସ୍ଥିତିରେ ସୁଧାର ଆସିଲା ଓ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହେଲା । ଯଦି ଆପଣଙ୍କ ମଧ୍ୟରୁ କେହି ଏପରି ଖରାପ ସମୟ ଦେଇ ଗତି କରୁଥାନ୍ତି, ତେବେ ନିଜକୁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରଖିବା ହେଉଛି ସବୁଠାରୁ ଭଲ ଉପାୟ ।

Get real time updates directly on you device, subscribe now.