fbpx

ମଞ୍ଜୁଲତା ହେଲେ BMCର ଡେପୁଟି ମେୟର: ପ୍ରାର୍ଥୀ ଦେଲେନି ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ହାତେଇଛି ବିଜେଡି । କଂଗ୍ରେସ ହାତରେ ଗୋଟିଏ ବି କର୍ପୋରେଟର ପଦ ନଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ଦିଆଯାଇନଥିଲା । ଏକମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ମଞ୍ଜୁଲତା ଡେପୁଟି ମେୟର ଭାବରୋ ନିର୍ବାଚିତ ହୋଇଥିଲେ । ୨୨ ନମ୍ବର ୱାର୍ଡର କର୍ପୋରେଟର ରହିଥିବା ମଞ୍ଜୁଲତା ଏକମାତ୍ର ପ୍ରାର୍ଥୀ ଭାବରେ ଦାଖଲ କରିଥିଲେ ପ୍ରାର୍ଥୀପତ୍ର ।

ବନେଶ୍ୱର ମହାନଗର ନିଗମ ବା ବିଏମସିର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

ସୂଚନା ମୁତାବିକ, ନୂଆ ମେୟର ଓ କର୍ପୋରେଟରମାନଙ୍କୁ ସ୍ୱାଗତ ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ଶପଥ ଗ୍ରହଣ କାର୍ୟ୍ୟକ୍ରମରେ ବିଏମ୍ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍ସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ୟ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.