fbpx

ଇଂଲଣ୍ଡ ମହାରାଣୀଙ୍କଠୁ ବି ଅଧିକ ଧନୀ ଏହି ଭାରତୀୟ ମହିଳା: ସ୍ୱାମୀ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ରାଣୀ ଏଲିଜାବେଥଙ୍କଠାରୁ ଧନୀ ହେଉଛନ୍ତି ତାଙ୍କ ଅର୍ଥମନ୍ତ୍ରୀଙ୍କ ପତ୍ନୀ । ଇନଫୋସିସର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି ହେଉଛନ୍ତି ବ୍ରିଟେନ ରାଣୀ ଏଲିଜାବେଥଙ୍କଠାରୁ ଧନୀ । ତେବେ ସେ ହେଉଛନ୍ତି ସେଠାକାର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପତ୍ନୀ । ବ୍ରିଟେନ ରାଣୀ ଏଲିଜାବେଥଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୪୬୦ ନିୟୁତ ଡ଼ଲାର ହେଉଥିବା ବେଳେ ଅକ୍ଷତାଙ୍କର କେବଳ ଇନଫୋସିସରେ ସେୟାର ୧୦୦ କୋଟି ଡ଼ଲାରରୁ ଅଧ୍ଚଳ ରହିଛି ।

ସୁନକ ଦମ୍ପତ୍ତିଙ୍କ ପାଖରେ ଲଣ୍ଡନର କେନସିଙ୍ଗଟନ୍ରେ ଏକ ପାଞ୍ଚ ଶୟନ କକ୍ଷ ବିଶିଷ୍ଟ ଘର ଏବଂ କାଲିଫର୍ଣ୍ଣିଆର ସାଣ୍ଟା ମୋନିକାରେ ମଧ୍ୟ ଏକ ଫ୍ଲାଟ ରହିଛି । ଅନ୍ୟପକ୍ଷରେ ଅକ୍ଷତା ହେଉଛନ୍ତି କାଟାମାରନ ଭେଞ୍ଚର୍ସର ନିର୍ଦ୍ଦେଶିକା ମଧ୍ୟ ରହିଛନ୍ତି । ଯାହା ସେ ସୁନକଙ୍କ ସହ ମିଶି ୨୦୧୩ ରେ ସ୍ଥାପନ କରିଥିଲେ । ୨୦୧୦ ରେ ସେ ନିଜର ଫେସନ ଲାଇନ୍ ଅକ୍ଷତା ଡ଼ିଜାଇନ ନାଁ ରେ ଆରମ୍ଭ କରିଥିଲେ । ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ଢେର ଥିଲା । କିନ୍ତୁ ଏବେ କିଛି ଦିନ ହେଲା ତାଙ୍କ ଲୋକପ୍ରିୟତା କମିବାରେ ଲାଗିଛି ।

ଏପଟେ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ବ୍ରିଟେନ ସହ ପୁରା ୟୁରୋପରେ ବିରୋଧ କରାଯାଉଥିବା ବେଳେ ସେଠି ଇନଫୋସିସର ଅଫିସ ଥିବା କାରଣରୁ ସୁନକଙ୍କୁ ବିରୋଧୀମାନେ ସମାଲୋଚନା କରୁଥିବା ଦେଖାଯାଇଛି । ଆଗକୁ ସୁନକଙ୍କୁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ବିଚାର କରାଯାଉଥିଲା । କିନ୍ତୁ ଏବେ ଅକ୍ଷତାଙ୍କ ପାଇଁ ସୁନକଙ୍କୁ ନିନ୍ଦା ଶୁଣିବାକୁ ପଡ଼ୁଥିବା ଦେଖା ଯାଇଛି ।

Get real time updates directly on you device, subscribe now.