fbpx

ଇମ୍ରାନଙ୍କଠୁ ଦୁଇ ପାଦ ଆଗରେ ଶାହାବାଜ, ସ୍ତ୍ରୀ ଶୀଘ୍ର ଘରେ ପହଁଞ୍ଚିବା ଲାଗି ନିର୍ମାଣ କରିଥିଲେ ହନୀ ବ୍ରିଜ

AAKASH

ପାକିସ୍ତାନ ସେନା ବଳରେ କ୍ଷମତାକୁ ଆସିଥିବା ଇମ୍ରାନ ଖାନଙ୍କ ସରକାରକୁ କ୍ଷମତାଚ୍ୟୁତ କରିଥିବା ପାକିସ୍ତାନ ମିସଲିମ୍ ଲିଗ୍ ର ନେତା ଶାହାବାଜ ସରିଫ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଶାହାବାଜ ସରିଫଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବାକୁ ରୋକିବା ଲାଗି ଇମ୍ରାନ କରୁଥିବା ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଉଥିବା ଦେଖିବାକୁ ମିଳୁଛି । ସରିଫ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ।

ତେବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଶାହାବାଜ ସରିଫଙ୍କ ବିବାହକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଶାହାବାଜ ତାଙ୍କର ବୈବାହିକ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଶାହାବାଜ ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କଠାରୁ ମଧ୍ୟ ଦୁଇ ପାଦ ଆଗରେ ରହିଛନ୍ତି । ଖାଲି ଏତିକି ନୁହେଁ ଶାହାବାଜ ବିବାହ ପାଇଁ ତାଙ୍କର ବଡ଼ ଭାଇ ତଥା ପାକିସ୍ତାନର ପୁର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ମୁହାଁମୁହିଁ ମଧ୍ୟ ହୋଇଯାଇଥିଲେ ।

ଇମ୍ରାନ ୩ ଥର ବିବାହ କରିଥିବା ବେଳେ ଶାହାବାଜ ଏପର୍ଯ୍ୟନ୍ତ ୫ ଥର ବିବାହ କରିଛନ୍ତି । ଶାହାବାଜ ପ୍ରଥମେ ୧୯୭୩ ମସିହାରେ ବେଗମ ନୁସରତଙ୍କୁ ବିବାହ କରିଥିଲେ, ଏହି ସମ୍ପର୍କ ୧୯୯୩ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଶାହାବାଜ ଆଲିଆ ହନୀଙ୍କ ସହିତ ବିବାହ କରିଥିଲେ । ନୱାଜ ସରିଫ ଆଲିଆଙ୍କ ସହିତ ଶାହାବାଜଙ୍କ ବିବାହକୁ ତିବ୍ର ବିରୋଧ କରିଥିଲେ । ତେବେ ଏହି ସମ୍ପର୍କ ମାତ୍ର ଏକ ବର୍ଷ ଅର୍ଥାତ୍ ୧୯୯୪ ପର୍ଯ୍ୟନ୍ତ ରହିଥିଲା । ଏହାର ମଧ୍ୟରେ ଶାହାବାଜ ନିଲୋଫର ଖୋସାଙ୍କ ସହିତ ୧୯୯୩ ମସିହାରେ ବିବାହ କରିଥିଲେ । ଏହା ପରେ ଶାହାବାଜ ୨୦୦୪ ମସିହାରେ ତେହମିନା ଦୁରାନୀଙ୍କ ସହିତ ବିବାହ କରିଥିଲେ । ଏହା ବାଦ ୨୦୧୨ ମସିହାରେ କଲସୁମ୍ ହୟୀଙ୍କ ସହିତ ଗୁପ୍ତରେ ବିବାହ କରିଥିଲେ ।

ଏହି ଭଳି ଭାବରେ ୫ ବିବାହ କରି ଶାହାବାଜ ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । କେବଳ ଏତିକି ନୁହେଁ ଶାହାବାଜ ବର୍ତ୍ତମାନ ନୁସରତ ଏବଂ ତେହମିନା ଦୁରାନୀଙ୍କ ସହିତ ରହୁଛନ୍ତି । ଶାହାବାଜ ତାଙ୍କର ଅନ୍ୟ ତିନି ପତ୍ନୀ ଆଲୟା ହନୀ, ନିଲୋଫର ଖୋସା ଏବଂ କୁଲସୁମ ହୟିଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି । ନୁସରତଙ୍କର ଦୁଇ ପୁଅ ଏବଂ ତିନି ଝିଅ ଅଛନ୍ତି । ସେହିଭଳି ଆଲିୟା ହନୀଙ୍କର ମଧ୍ୟ ଝିଅ ରହିଛନ୍ତି ।

ଶହାବାଜଙ୍କ ବିଷୟରେ କୁହାଯାଏ ଯେ ସେ ତାଙ୍କର ପତ୍ନୀ ଆଲିୟା ହନୀଙ୍କ ଯୁିବା ଆସିବାରେ ବିଳମ୍ବ ନହେବା ପାଇଁ ଏକ ଫ୍ଲାଇଓଭର ନିର୍ମାଣ କରିଥିଲେ । ଯାହାକୁ ହନୀ ବ୍ରିଜ ନାମରେ ନାମିତ କରିଥିଲେ । କୁହାଯାଏ ଯେ ଶାହାବଜ ତେହମିନ ଦୁରାନୀଙ୍କ ସହିତ ଦିର୍ଘ ଆଠ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଲୁଚିଲୁଚି ତାଙ୍କ ସହିତ ବିବାହ କରିଥିଲେ ।

Get real time updates directly on you device, subscribe now.