fbpx

ସାମ୍ନାକୁ ଆସିଲା ‘ଉଡ଼ୁଥିବା ସୁନା କଇଁଛ’ର Video, ନଦେଖିଲେ ବିଶ୍ୱାସ କରିବା ଅସମ୍ଭବ

AAKASH

ପ୍ରକୃତିରେ ଏପରି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ମଧ୍ୟ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ହୋଇପଡେ । ପ୍ରକୃତିରେ ଅନେକ ପ୍ରକାରର ଜୀବ-ଜନ୍ତୁ ରହିଛନ୍ତି, ଯାହାଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ଚକିତ ହୋଇଯିବେ । ଭିଡିଓରେ ଆପଣ ସୁନାର କଇଁଛକୁ ଉଡ଼ୁଥିବାର ଦେଖିବାକୁ ପାଇବେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ୟୁଜର୍ସମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ନିଜ ହାତରେ କଇଁଛ ଭଳି ୩ଟି ଜୀବ ବସିଥିବା ଦେଖିବାକୁ ମିଳିଛି । ସେହି ଜୀବ ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି ହୋଇଥିବା ପରି ଲାଗୁଛି । ଆପଣମାନେ ହୁଏତ ଆଗରୁ ଏପରି ସୁନାର କଇଁଛ ଦେଖିନଥିବେ ।

ତେବେ ଏହା କୌଣସି କଇଁଛ ନୁହେଁ, ବରଂ ଏହା ପ୍ରକୃତରେ ଏକ କୀଟପତଙ୍ଗ । ଭିଡିଓରେ ଦେଖିଯାଇଥିବା ଏହି ‘ସୁନା କୀଟ’ର ନାଁ ହେଉଛି ଚାରିଡୋଟାଲା ସେକ୍ସପଙ୍କଟାଟା । ସେମାନେ ପତ୍ର ଓ ଘାସ ଖାଆନ୍ତି । ଏହି ପୋକ ସମ୍ପୂର୍ଣ୍ଣ ଶାକାହାରୀ । ପ୍ରଥମ ଥର ଦେଖିଲେ ଯେ କେହି ବି ଏହାକୁ ‘ସୁନାର କଇଁଛ’ ବୋଲି ଭାବୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.