fbpx
BSKY
BJD YOUTH SKY
BJD MS SKY

ରାଜଧାନୀ ପ୍ରତିଷ୍ଠା ଦିବସରେ ମିଳିଲାନି ଡାକରା: ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିନାହିଁ ଆମନ୍ତ୍ରଣ । ୭୪ ତମ ପ୍ରତିଷ୍ଠା ଦିବସକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟନ୍ତ ଭବ୍ୟ ଆକାରରେ ମନା ଯାଉଛି । ତେବେ ସାଂସଦଙ୍କୁ ଡାକରା ମିଳି ନଥିବାରୁ ସେ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ।

ଆଜି ୧୩ ଏପ୍ରିଲ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ । ଏହି ସ୍ୱତନ୍ତ୍ର ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଶାଳ ସଭା ଆୟୋଜନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଉଥିବା ବେଳେ ମୋତେ କାହିଁକି ଆମନ୍ତ୍ରଣ ମିଳି ନାହିଁ ବୋଲି ପ୍ରକାଶ କରିଛନ୍ତି ଅପରାଜିତା । ଏହା ଏକ ବଡ ଦିନ ହୋଇଥିବା ବେଳେ ମୁଁ ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲି । ତେବେ ମୋର ଭୁଲ କେଉଁଠି ରହିଲା ମୁଁ ବୁଝିପାରୁନି ବୋଲି କହିଥିଲେ ଅପରାଜିତା ।

ଦିଲ୍ଳୀରୁ ଫେରିବା ପରେ ଅପରାଜିତ ରାଜ୍ୟ ସରକାରଙ୍କ ପ୍ରତି ଶାଣିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଝାରପଡାରେ ଉଚ୍ଛେଦ ପରେ ପହଞ୍ଚି ଲୋକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ ଅପରାଜିତା । ବିଏମ୍ସି ବିନାଶରୁ ନିଜର କାର୍ଯ୍ୟଧାରା ଆରମ୍ଭ କରିଛି ବୋଲି କହିଥିଲେ ଅପରାଜିତା ।

Get real time updates directly on you device, subscribe now.