fbpx
BJD SKY
BJD SKY

ମୌସୁମୀ ନେଇ ସ୍କାଏମେଟ୍‌ର ପୂର୍ବାନୁମାନ : ଚଳିତ ବର୍ଷର ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା, ୯୮ ପ୍ରତିଶତ ବର୍ଷିବ ପାରେ…

BJD

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ଭାରତୀୟ ପାଣିପାଗ ବିଭାଗ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇନଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଏନେଇ ପୂର୍ବାନୁମାନ କରିଛି । ସ୍କାଏମେଟ୍‌ର ଆକଳନ ଅନୁଯାୟୀ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ସାରା ଦେଶରେ ସ୍ୱାଭାବିକ ବର୍ଷା ଜାରି ରହିବ । ଫଳରେ ଭଲ ଫସଲ ଉତ୍ପାଦନ ହେବାର ଆଶା କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆକଳନ ଅନୁଯାୟୀ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି ।

ସଂସ୍ଥାପକ୍ଷରୁ କୁହାଯାଇଛି ବାୟୁ ସ୍ୱାଭାବିକ ହେବ ଓ ଏହାର ପ୍ରଭାବରେ ସମଗ୍ର ଦେଶରେ ୯୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‌ ମାସ ଆରମ୍ଭରୁ ମୌସୁମୀର ପ୍ରଭାବ ଅନୁଭୂତ ହେବ । ଏହା ଧୀରେ ଧୀରେ ଅଧିକ ସକ୍ରିୟ ହେବାସହ ଭଲ ବର୍ଷା କରାଇବାରେ ସହାୟକ ହୋଇପାରିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ୮୮୧ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି । ଏହି ଆକଳନ ୫ ପ୍ରତିଶତ ଏପାଖ ସେପାଖ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । କିନ୍ତୁ ଏସବୁ ସତ୍ତେ୍ୱ ମୌସୁମୀ ବାୟୁ ସ୍ୱାଭାବିକ ରହିବ । ଯଦି ମୌସୁମୀ ପ୍ରଭାବରୁ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହୁଏ ତେବେ ଏହାକୁ ସ୍ୱାଭାବିକ କୁହାଯାଏ ।

ସେହିପରି ୧୦୫ରୁ ୧୧୦ ପ୍ରତିଶତ ଯାଏ ବର୍ଷା ହେଲେ ଏହାକୁ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ଗଣାଯାଏ । ତେବେ ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ କେରଳ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତର ଅଞ୍ଚଳରେ ମଧ୍ୟ ଜୁଲାଇରୁ ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା ରହିଛି । ୨୦୨୧ ପରି ୨୦୨୨ରେ ମଧ୍ୟ ଦେଶରେ ଆଦୌ ମରୁଡ଼ି ପରିସ୍ଥିତି ଦେଖାଦେବ ନାହିଁ ବୋଲି ଉକ୍ତ ସଂସ୍ଥା ଦମ୍ଭୋକ୍ତି ବାଢ଼ିଛି ।

Get real time updates directly on you device, subscribe now.