fbpx
BSKY SKY
BSKY SKY

ପ୍ରସାଦ ନାଁରେ ଭକ୍ତଙ୍କୁ ଦିଆଗଲା ନିଶାଯୁକ୍ତ ଫ୍ରୁଟି, ୨୮ ଜଣ ମେଡିକାଲରେ ଭର୍ତ୍ତି

BSKY

ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମରେ ପ୍ରସାଦ ନାଁରେ ଶ୍ରଦ୍ଧାଳୁଙ୍କୁ ନିଶାଯୁକ୍ତ ପଦାର୍ଥ ପିଆଇ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଛି । ଯାହଫଳରେ ୨୮ ଜଣଙ୍କର ଅବସ୍ଥା ବିଗିଡ଼ିଗଲା ଓ ପରେ ସେମାନଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଗଲା । ଏହି ମାମଲା ଫାରଚଖନଗର ମୁବାରିକପୁରର ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ମେଳାକୁ ଆସିଥିବା ଭକ୍ତମାନଙ୍କୁ ଫ୍ରୁଟିରେ କିଛି ନିଶାଯୁକ୍ତ ପଦାର୍ଥ ମିଶାଇ ପିଆଇ ଦିଆଯାଇଥିଲା ।

ଡାକ୍ତରଙ୍କ କହିବା ମୁତାବକ, ରୋଗୀମାନଙ୍କୁ ବିଳମ୍ବିତ ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କର ଚିକିତ୍ସା ଚାଲିଛି । ପୂର୍ବ ଅପେକ୍ଷା ଏବେ ସମସ୍ତ ଲୋକେ ସୁସ୍ଥ ହୋଇଛନ୍ତି । ଅସୁସ୍ଥ ହୋଇଥିବା ୨୮ ଜଣଙ୍କ ମଧ୍ୟରେ ୧୦ ଶିଶୁ ସାମିଲ ଅଛନ୍ତି । ଅନ୍ୟପଟେ ପୋଲିସ ଏକ ଏଫଆଇଆର ରୁଜୁ କରି ମାମଲାର ଛାନଭିନ୍ ଆରମ୍ଭ କରିଛି ।

ଏହା ପୂର୍ବରୁ କାଲି ବିହାରର ଖଗଡ଼ିଆ ଜିଲ୍ଲାରେ ପ୍ରସାଦ ଖାଇବା ପରେ ଦେଢ଼ ଡଜନରୁ ଅଧିକ ଲୋକେ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେହିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାର ସୂଚନା ପାଇବା ପରେ ଜିଲ୍ଲାର ଡିଏମ ଡାକ୍ତର ଆଲୋକ ରଞ୍ଜନ ଘୋଷ ସଦର ମେଡିକାଲରେ ପହଞ୍ଚି ଅସୁସ୍ଥ ଲୋକଙ୍କର ହାଲ୍-ଚାଲ୍ ପଚାରିଥିଲେ ଓ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.