fbpx

ଉପ ନିର୍ବାଚନରେ ବିଜେପିକୁ ଝଟକା: ଆରଜେଡି, ଟିଏମସି ଏବଂ କଂଗ୍ରେସ ଫାଇଦାରେ

ନୂଆଦିଲ୍ଲୀ: ଫଶ୍ଚିମବଙ୍ଗର ଆସନସୋଲ ଲୋକସଭା ଏବଂ ଚାରି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ ଝଟକା ଲାଗିଛି। ସେହି ପରି ବିହାରର ବୋଚହାନ ଆସନରେ ପ୍ରତିଦ୍ଵନ୍ଦ୍ଵୀ ଆରଜେଡି ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛି। ଛତିଶଗଡ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ଅଗ୍ରଣୀ ହାସଲ କରିଛି। ପଶ୍ଚିମବଙ୍ଗରେ ଶାସକ ଟିଏମସି ବିଜୟ ଆଡକୁ ଅଗ୍ରସର ହେଉଛି।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଆସନସୋଲରୁ ଟିଏମସି ପ୍ରାର୍ଥୀ ତଥା ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନା ଆଗୁଆ ରହିଛନ୍ତି। ବାଲିଗଞ୍ଜ ବିଧାନସଭା ମଣ୍ଡଳୀରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ମିଶିଥିବା ବାବୁଲ ସୁପ୍ରିୟୋ ଅଗ୍ରଣୀ ହାସଲ କରିଛନ୍ତି।
ବିହାରର ବୋଚହାନ ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ଆରଜେଡି ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛି। ନଅ ରାଉଣ୍ଡ ଗଣତି ସୁଦ୍ଧା ଆରଜେଡି ୧୧୬୨୦ ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେପିର ବେବି କୁମାରୀଙ୍କୁ ୧୫୦୦୩ ଏବଂ ଭିଆଇପି ପ୍ରାର୍ଥୀଙ୍କୁ ୧୩୫୧୨ ଭୋଟ୍ ମିଳିଛି।

ଛତିଶଗଡରେ କଂଗ୍ରେସକୁ ଲାଭ

ଛତିଶଗରଡ ରାଜନନ୍ଦଗାଓଁ ଜିଲ୍ଲାର ଖୈରାଗଡ ବିଧାନସଭା ଆସନରେ କଂଗ୍ରେସ ବିଜୟ ଆଡକୁ ଅଗ୍ରସର ହେଉଛି। କଂଗ୍ରେସ ପ୍ରାର୍ଥୀ ୫ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ଉପ ନିର୍ବାଚନରେ ୭୫ ପ୍ରତିଶତର ଅଧିକ ଜନତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗତ ବର୍ଷ ନଭେମ୍ବରରେ ଜନତା କଂଗ୍ରେସ ଛତିଶଗଡ ପାର୍ଟିର ବିଧାୟକ ଦେବବ୍ରତ ସିଂହଙ୍କ ନିଧନ କାରଣରୁ ଏଠାରେ ଉପ ନିର୍ବାଚନ କରାଯାଇଛି।

ମହାରାଷ୍ଟ୍ରରେ ବି କଂଗ୍ରେସ ଆଗୁଆ

ପଶ୍ଚିମ ମହାରାଷ୍ଟ୍ରର କୋଲହାପୁର ଉତ୍ତର ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି। ଏଠାରେ ୧୫ ପ୍ରାର୍ଥୀ ମଇଦାନରେ ଅଛନ୍ତି। ମୁଖ୍ୟ ଲଢେଇ ରାଜ୍ୟର ମହା ବିକାଶ ଅଘାଡି ସରକାରର ସହଯୋଗୀ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଂଗ୍ରେସ ଦିବଙ୍ଗତ ବିଧାୟକଙ୍କ ପତ୍ନୀ ଜୟଶ୍ରୀ ଯାଧବଙ୍କୁ ପ୍ରାର୍ଥୀ କରିଛି। ବିଜେପିର ପ୍ରାର୍ଥୀ ହେଉଛନ୍ତି ସତ୍ୟଜିତ କଦମ।

Get real time updates directly on you device, subscribe now.