ଶୋଇବା ସମୟରେ ରଖନ୍ତୁ ଏହି କଥାରେ ଧ୍ୟାନ, ସବୁକାମରେ ହେବେ ସଫଳ

ବାସ୍ତୁ ଶାସ୍ତ୍ରରେ ଘରେ ଉନ୍ନତି ଆଣିବା, ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବା, ଆୟ ବଢ଼ାଇବା ଆଦି ପାଇଁ ଉପାୟ ରହିଛି । ଏହା ସହ କିଛି ଏଭଳି ଜିନିଷ ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଛି । ଯାହାକୁ କରିବା ଦ୍ୱାରା ଘରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦେଇଥାଏ । ଯେଉଁଥିରେ ଶୋଇବା ଦିଗକୁ ନେଇ ମଧ୍ୟ ବର୍ଣ୍ଣିତ ରହିଛି, ଯାହାର ପ୍ରଭାବ ଆପଣଙ୍କ ଜୀବନରେ ଧନର ଆଗମନ, ଆପଣଙ୍କ ମାନ-ସମ୍ମାନ, ସ୍ୱାସ୍ଥ୍ୟ, ସଂପର୍କ ଆଦି ଉପରେ ପଡ଼ିଥାଏ । ତେଣୁ ଆପଣ ଶୋଇବା ଦିଗ ଉପରେ ବହୁତ ସତର୍କ ରୁହନ୍ତୁ ।

ଶୋଇବା ସମୟରେ ଏହି ଦିଗ ଉପରେ ରଖନ୍ତୁ ଧ୍ୟାନ:

ବାସ୍ତୁ ଶାସ୍ତ୍ର ଅନୁଯାୟୀ କେବେବି ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଚୁମ୍ବକୀୟ ପ୍ରଭାବ ଖରାପ ହୋଇଥାଏ । ଏଥିରେ ନିଦ ଭଲ ଭାବରେ ଆସିନଥାଏ । ଏହି ସ୍ଥିତି ମୁଣ୍ଡ ବିନ୍ଧା, ମାନସିକ ରୋଗର କାରଣ ହୋଇଥାଏ ।

ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ ରଖି ଶୋଇବା ସବୁଠାରୁ ଭଲ ବୋଲି କୁହାଯାଏ । ଏଭଳି ସ୍ଥିତିରେ ଶୋଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାନ୍ତି । ଏମିତି ଶୋଇବା ଦ୍ୱାରା ତାଙ୍କର ଆୟୁ ବଢ଼ିଥାଏ । ଏଭଳି ଶୋଇବା ଦ୍ୱାରା ବ୍ୟକ୍ତିଙ୍କୁ ଆର୍ଥିକ, ତଥା ଅନ୍ୟାନ୍ୟ ସୁଖ ସମ୍ମାନ ମିଳିଥାଏ ।

ସେହିଭଳି ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସ୍ମୃତିଶକ୍ତି, ଏକାଗ୍ରତା ବଢ଼ିଥାଏ, ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ବିଦ୍ୟାର୍ଥୀ ତଥା ଆଧ୍ୟାତ୍ମିକ ଲୋକମାନେ ଏହି ଦିଗକୁ ମୁଣ୍ଡ କରି ଶୋଇବା ଦରକାର ।

ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇବାକୁ ବି ଠିକ୍ ବୋଲି ଧରାଯାଏ । ଏହି ଦିଗରେ ଜଳ ଦେବତା ବରୁଣଙ୍କ ଦିଗ । ଏହି ଦିଗରେ ମୁଣ୍ଡ କରି ଶୋଇବା ଦ୍ୱାରା ବ୍ୟକ୍ତିଙ୍କୁ ପ୍ରସିଦ୍ଧି  ମିଳିଥାଏ, ସମ୍ମାନ, ସମୃଦ୍ଧି ମିଳିଥାଏ ।