fbpx
BJD SKY
BJD SKY

(Video) ଧରାପଡ଼ିଲେ ଲୁଟେରା: ଧଉଳି ଥାନା ଅଞ୍ଚଳରୁ ତାଡ଼ି ନେଇଯାଇଥିଲେ ପୂରା ଏଟିଏମ

BJD

ରାଜଧାନୀରେ ବଂଲାଦେଶୀ ଏଟିଏମ୍ ଲୁଟେରାଙ୍କ ଆତଙ୍କ । ଆନ୍ତଦେଶ ଲୁଟେରାଙ୍କ ଟାର୍ଗେଟ ରେ ଭୁବନେଶ୍ୱର । ବାଙ୍ଗଲାଦେଶରେ ପ୍ଲାନ ରାଜଧାନୀ ଭୁବନେଶ୍ୱର ଲୁଟ ଆଉ ବେଙ୍ଗାଲୁରରୁ ଗିରଫ । ଭୁବନେଶ୍ୱର ଧଉଳି ଥାନା ଇନ୍ଦରା କଲୋନୀରେ ଘଟିଥିବା ଏଟିଏମ୍ ଲୁଟର ଫର୍ଦାଫାଶ କରିଛି କମିଶନରେଟ ପୋଲିସ । 10 ଦିନର ଅପରେସନ ପରେ ଶେଷରେ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି ପୋଲିସ। ଘଟଣାରେ ରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋକନ ମୋଲ୍ଲା ଓ ମିଜାନୁର ରେହେମାନ ମୋଲ୍ଲା। ଦୁଇ ଅଭିଯୁକ୍ତ ବାଙ୍ଗଲାଦେଶୀ ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣାରେ 5ଜଣ ବାଙ୍ଗଲାଦେଶୀଙ୍କ ଆଉ ଜଣେ ଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏହି ଗ୍ୟାଙ୍ଗ ପୂର୍ବରୁ ଭୁଟାନ, ମିଆମାର,ନେପାଳ ଭଳି ବଡ଼ବଡ଼ ସହରରେ ଲୁଟ କରିଥିବା ପୋଲିସ ଜାଣିବାକୁ ଯାଇଛି।

ସୂଚନାଯୋଗ୍ୟ, 5ତାରିଖ ଧଉଳି ଥାନା ଇନ୍ଦିରା କଲୋନୀ ନିକଟରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୁତ୍ତମାନେ ସମ୍ପୂର୍ଣ୍ଣ ଏଟିଏମ ତାଡି ନେଇଥିବା ଖବର ସାମ୍ନାକୁ ଆସିଥିଲା । ଖବର ପାଇବାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ଛନଭିନ ଆରମ୍ଭ କରିଥିଲାପୋଲିସ.. ଏଟିଏମ ରେ ଲାଗିଥିବା ସିସିଟିଭି କୁ ସଂପୂର୍ଣ୍ଣ ନଷ୍ଟ କରିଥିଲେ ଦୁର୍ବୁତ୍ତ। କେବଳ 28 ସେକେଣ୍ଡ ର ଭିଡ଼ିଓ ଥିଲା ପୋଲିସ ପାଖରେ। ଆଖପାଖରେ ଲାଗିଥିଲା କିଛି ସିସିଟିଭି କୁ ପୋଲିସ ଯାଞ୍ଚ କରାଯାଇଥିଲା । ଏହାପରେ ସରାଇ ଆପ ଜରିଆରେ ରାଜଧାନୀରେ ବିଭିନ୍ନ ହୋଟେଲ ରେ ରହୁଥିବା ଲୋକଙ୍କ ତଥ୍ୟ ବାହାର କରିଥିଲା ପୋଲିସ । ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ଏକ ହୋଟେଲ ରୁ ଲୁଟେରା ମାନଙ୍କ ସନ୍ଧାନ ପାଇଥିଲା । ଏହାପରେ ସମସ୍ତଙ୍କର ତଥ୍ୟ ଜାଣିବା ସହ ସମାନ ଘଙ୍ଗରେ କେଉଁ କେଉଁ ସ୍ଥାନରେ ଏଭଳି ଲୁଟ ହୋଇଛି ତାର ତଥ୍ୟ କାଢ଼ିଥିଲା ପୋଲିସ ।  ଗୋଆରେ ଏହିଭଳି ସମାନ ଢ଼ଙ୍ଗରେ ଲୁଟ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ଆଉ ଏହାପରେ ଏସିପି ସଂଜୀବ ଶତପଥି ଙ୍କ ନେତୃତ୍ୱ ରେ ଗଠିତ ଟିମ ଲୁଟେରା ଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯାଇଥିଲା । ଅଭିଯୁକ୍ତ ମାନେ ବାଙ୍ଗାଲୁରର ବୁମଷଣ୍ଡରାରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ବାଙ୍ଗାଲୁର ରେ ଯେତେବେଳେ ପୁଣି ଏକ ଏଟିଏମ ଲୁଟ ପାଇଁ ଯୋଜନା କରିଥିଲା । ସେତେବେଳେ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ମାନଙ୍କୁ ରିମାଣ୍ଡ ରେ ଆଣିବାପରେ ଆଉ କିଛି ତଥ୍ୟ ମିଳିବ ବୋଲି  କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 

Get real time updates directly on you device, subscribe now.