fbpx

ସାଇବର କ୍ରାଇମ ବିଷୟରେ ସଚେତନତା ପାଇଁ କ୍ରାଇମବ୍ରାଞ୍ଚର ନୂଆ ପଦକ୍ଷେପ: ପ୍ରକ୍ରିୟାରେ ଯୋଡ଼ି ହେଲେ ସବ୍ୟସାଚୀ ଅର୍ଚ୍ଚିତା

ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ । କାୟା ମେଲାଇ ଚାଲିଛନ୍ତି ସାଇବର ଠକ । କେତେବେଳେ ସ୍କିମ ତ’ କେତେବେଳେ କେୱାଇସି ଅପଡେଟ ବାହାନା, ତ’ ପୁଣି କେତେବେଳେ ବିଭିନ୍ନ ଲୋଭନୀୟ ଅଫର ଦେଖାଇ ଲୁଟୁଛନ୍ତି ଲୋକଙ୍କ ଝାଳବୁହା ଧନ । ଯାହାକୁ ନେଇ ସୁବବେଳେ ଚିନ୍ତାରେ ସାଧାରଣ ଲୋକ । ବିଶେଷଜ୍ଞମାନେ ମଧ୍ୟ ଏଥିରୁ ବର୍ତ୍ତିବା ପାଇଁ ସଚେତନ ରହିବା ସହ କାହାରିକୁ ନିଜର କୌଣସି ତଥ୍ୟ ନ ଦେବାକୁ ପରାମର୍ଶ ଦେଇଛନ୍ତି ।

ତେବେ ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ତରଫରୁ ସାଇବର ସିକ୍ୟୁରିଟି ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ନୂଆ ପଦକ୍ଷେପ । ଏଣିକି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସାଇବର ଠକେଇ ବିଷୟ ସହ ଏଥିରୁ ବଞ୍ଚିବା ପାଇଁ ସୂଚନା ଦିଆଯିବ । ଏଥିପାଇଁ କ୍ରାଇମବ୍ରାଞ୍ଚ ସହ ଯୋଡ଼ି ହୋଇଛନ୍ତି ସିନେ ତାରକା ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

Get real time updates directly on you device, subscribe now.