ତାମିଲନାଡୁର ତାଞ୍ଜାବୁର ଅଞ୍ଚଳରେ ଜଣେ ୧୭ ବର୍ଷୀୟ ଯୁବତୀକୁ ଜଣେ ୧୨ ବର୍ଷର ବାଳକ ଗର୍ଭବତି କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପୋସ୍କୋ ଅଧିନିୟମ ଅନୁସାରେ ମାମଲା ରୁଜୁ ହୋଇଛି । ଯୁବତୀଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ବାପା ମା ତାଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଏହାପରେ ମାମଲା ସମ୍ନାକୁ ଆସିଥିଲା ।
ତାମିଲନାଡୁ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମେଡିକାଲରେ ଭର୍ତ୍ତି ହେବା ପରେ ଯୁବତୀ ଜଣକ ୯ ମାସର ଗର୍ଭବତି ଥିବା ଜଣା ପଡିଥିଲା । ସେହି ଦିନ ସେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ତାଞ୍ଜାବୁର ମହିଳା ପୋଲିସକୁ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଥିଲେ । ଯୁବତୀର ଏହି କାରଣ ପାଇଁ ଏକ ୧୨ ବର୍ଷର ବାଳକ ଦାୟୀ ଥିଲା । ଏହା ପରେ ପୋଲିସ ୧୨ ବର୍ଷର ବାଳକ ବିରୋଧରେ ପାସ୍କୋ ଅଧିନିୟମ ଅନୁସାରେ ମାମଲା ରୁଜୁ କରିଥିଲା । ନାବାଳକୁ ବର୍ତ୍ତମାନ ପୋଲିସ ସୁଧାରଗୃହକୁ ପଠାଇ ଦେଇଛି ।
ଏହାରି ଭିତରେ ପୋଲିସ ଏ ଦିଗରେ ମଧ୍ୟ ତଦନ୍ତ କରୁଛି ଯେ, ଯୁବତୀଙ୍କର ଗର୍ଭବତୀ ହେବା ନେଇ ଅନ୍ୟ କେହି ଦାୟୀ ଏବଂ ପରିବାରଚ ଲୋକେ ଯୁବତୀଙ୍କ ଗର୍ଭବତି ବିଷୟରେ ନଜାଣି କିପରି ମେଡିକାଲ ଯାଇଥିଲେ ।