fbpx

ଆପଣ ICSE ପରୀକ୍ଷା ଦେଉଛନ୍ତି କି, ଅଧିକ ମାର୍କ ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ଲାଷ୍ଟ ମିନିଟ୍ ଫର୍ମୂଲା

ନୂଆଦିଲ୍ଲୀ: ଆଇସିଏସଇ ସେମିଷ୍ଟର-୨ ପରୀକ୍ଷା ପାଇଁ ଆଉ କମ୍ ସମୟ ବାକି ରହିଛି । ପରୀକ୍ଷାରେ କିପରି ସଫଳତା ପାଇବେ ସେନେଇ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣତଃ ଚାପରେ ରହିଥାନ୍ତି । ଯଦି ଆପଣ ଉପଯୁକ୍ତ ଟିପ୍ସ ଫଲୋ କରିବେ ତେବେ ୨୦୨୨ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ନିଶ୍ଚିତ ଭାବେ ସଫଳ ହେବେ ଓ ଭଲ ମାର୍କ ପାଇପାରିବେ ।

୧- ସାଧାରଣତଃ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ନେଇ ଅଧିକ ବ୍ୟସ୍ତରେ ରହିଥାନ୍ତି । ତେଣୁ ଶେଷ ସମୟରେ ଯେପରି କିଛି ଜିନିଷ ଭୁଲି ନଯାଆନ୍ତି, ସେଥିପାଇଁ ପରୀକ୍ଷା ପୂର୍ବଦିନ ସ୍କୁଲ ୟୁନିଫର୍ମ ସହ ଅନ୍ୟାନ୍ୟ ଦିଗ ଉପରେ ଦୃଷ୍ଟି ଦିଅନ୍ତୁ ।

୨- ଛାତ୍ରଛାତ୍ରୀମାନେ ପରୀକ୍ଷା ପୂର୍ବରୁ ନିଜ ସିଲାବସର ଏକ ସର୍ଟ ନୋଟ୍ କରିଦେବା ଦରକାର । ସେମାନେ ପ୍ରତ୍ୟେକ ଚାପ୍ଟରର ମେନ୍ ପଏଣ୍ଟଗୁଡ଼ିକ ଲେଖିଦେବା ଉଚିତ । ଏହାଦ୍ୱାରା ସିଲାବସ୍ ସହଜରେ ରିଭାଇଜ୍ ହୋଇପାରିବ ।

୩- ପରୀକ୍ଷା ପୂର୍ବଦିନ ସିଲାବସର ନୂଆ ଟପିକକୁ କଭର କରିବା ପାଇଁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଏହା ପରୀକ୍ଷାର୍ଥୀଙ୍କର ଡାଉଟ୍ ଓ କନଫ୍ୟୁଜନ୍ ବଢ଼ାଇଥାଏ । ତେଣୁ ପୂର୍ବରୁ ପଢ଼ିଥିବା ପାଠକୁ ରିଭାଇଜ୍ କଲେ ସୁଫଳ ମିଳିଥାଏ ।

୪- ଆଇସିଏସଇ ଦଶମ ପରୀକ୍ଷା ୨୦୨୨ର ମାର୍କିଂ ସ୍କିମ ବିଷୟରେ କ୍ଲିୟର ହୁଅନ୍ତୁ । ଏହା କୋର୍ସକୁ ଭଲ ଭାବେ ବୁଝି ତାହାକୁ ରିଭାଇଜ୍ କରାଇବାରେ ଛାତ୍ରଛାତ୍ରୀଙ୍କୁ ସହାୟକ ହୋଇଥାଏ ।

୫- ପରୀକ୍ଷା ପୂର୍ବରୁ ଦୈନିକ ୮ ଘଣ୍ଟାର ସମ୍ପୂର୍ଣ୍ଣ ନିଦ୍ରା ନିଅନ୍ତୁ । ଶାନ୍ତ ରୁଅନ୍ତୁ ଓ ସକାରାତ୍ମକ ପରିବେଶରେ ରୁହନ୍ତୁ । ଏହା ନିଶ୍ଚିତ ଭାବେ ଆପଣଙ୍କର ଏକାଗ୍ରତା ବୃଦ୍ଧି କରିବ ।

Get real time updates directly on you device, subscribe now.