fbpx

ବିହାର ଲୋକସେବା ଆୟୋଗ ଆଜି ଜାରି କରିବ ପ୍ରିଲିମିନାରୀ ପରୀକ୍ଷା ଆଡମିଟ୍ କାର୍ଡ, ଏମିତି କରିପାରିବେ ଡାଉନଲୋଡ

ବିହାର ଲୋକ ସେବା ଆୟୋଗ (ବିପିଏସସି) ସୋମବାର ବିପିଏସସିର ୬୭ ତମ କମ୍ବାଇନ୍ଡ ପରୀକ୍ଷାର ଆଡମିଟ୍ କାର୍ଡ ଜାରି କରିବ । ଯେଉଁ ପରୀକ୍ଷାର୍ଥୀ ବିପିଏସସି ପ୍ରିଲିମିନାରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ ଆଡମିଟ୍ କାର୍ଡ ରିଲିଜ ହେବା ପରେ ଅଫିସିଆଲ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଡାଉନଲୋଡ କରିବା ପାଇଁ ଅଫିସିଆଲ ୱେବସାଇଟ bpsc.bih.nic.in କୁ ଯାଇ ଡାଉନଲୋଡ କରିବାକୁ ହେବ ।

ସୂଚନାଯୋଗ୍ୟ, ବିପିଏସସି ୬୭ ତମ କମ୍ବାଇନ ଏଣ୍ଟ୍ରାନ୍ସ ପରୀକ୍ଷା ୮ ମେ ୨୦୨୨ ରେ ହେବ । ପରୀକ୍ଷା ୧୨ ଟାରୁ ୨ ମଧ୍ୟରେ କରାଯିବ । ପରୀକ୍ଷା ପାଇଁ ୩୮ ଜିଲ୍ଲାରେ ୧୦୮୩ ପରୀକ୍ଷା ସେଣ୍ଟର କରାଯାଇଛି ।

ଏମିତି କରନ୍ତୁ ଆଡମିଟ୍ କାର୍ଡ ଡାଉନଲୋଡ

– ଆଡମିଟ୍ କାର୍ଡ ଡାଉନଲୋଡ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍ bpsc.bih.nic.in ଯାଆନ୍ତୁ

– ଏଠାରେ ହୋମପେଜ ରେ ଏକ ଲିଙ୍କ ରହିଥିବ ଯେଉଁଥିରେ ‘BPSC 67th Combined Prelims Admit Card’ ଉପରେ କ୍ଲିକ କରନ୍ତୁ

– ଏହି ଉପରେ କ୍ଲିକ କରିବା ପରେ  ନୂଆ ପେଜ ଆସିବ ଏଠାରେ ନିଜର ଲଗ ଇନ ଡିଟେଲ ଦେଇ ସବମିଟ୍ କରନ୍ତୁ

– ଏହା କରିବା ପରେ ଆଡମିଟ୍ କମ୍ପ୍ୟୁଟର ସ୍କ୍ରିନରେ ଆଡମିଟ୍ କାର୍ଡ ଆସିଯିବ

– ଏଠାରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଏବଂ ପ୍ରିଣ୍ଟ୍ ବି କରିପାରିବେ ।

Get real time updates directly on you device, subscribe now.