fbpx

ଛିଡା ହେବା ବେଳେ ଲାଗୁଛି ନିଆଁ: ବଜାରରୁ ୧୪୪୧ ଇ-ସ୍କୁଟର ଫେରାଇ ନେଲା ଓଲା

ନୂଆଦିଲ୍ଲୀ: ଦେଶରେ ବର୍ତମାନ ଇ-ସ୍କୁଟରର ଦୁର୍ଘଟଣା ବଢିବାରେ ଲାଗିଛି । ବାରମ୍ବାର ଏଭଳି ଇ-ସ୍କୁଟର ଦୁର୍ଘଟଣା ଖବର ଶୁଣିବାକୁ ମିଳୁଛି । ଆହୁରି ପୁଣି ଏବେ ତ ଦିନରେ ଇ-ସ୍କୁଟର କିଣିଲେ ରାତିରେ ବିସ୍ଫୋରଣ ହେଉଛି । ଯାହାକି ଦଶେର ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଗଲାଣି । ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଘଟିଥିଲା । ଏହା ପୂର୍ବରୁ ତେଲେଙ୍ଗାନାରେ ଏକ ଇ-ସ୍କୁଟର ଘଟଣା ସାମ୍ନାକୁ ଆସିଥିଲା । କେବଳ ଏତିକି ନୁହେଁ ଏଭଳି ସ୍କୁଟର ବିସ୍ଫୋରଣ ଘଟି କିଛି ଲୋକଙ୍କର ଜୀବନ ମଧ୍ୟ ଯାଇ ସାରିଲାଣି । ଯାହାକି ନିଶ୍ଚିତ ଭାବେ ଏକ ଗୁରୁତର ଘଟଣା । ବର୍ତ୍ତମାନ ଦେଶରେ ଇ-ସ୍କୁଟରର ଚାହିଦା ବଢୁଥିବା ବେଳେ ଏଭଳି ସମସ୍ୟାକୁ ଅଣଦେଖା କରିହେବ ନାହିଁ । ଏଟାରେ ବ୍ୟାଟେରୀ ଚାର୍ଜରେ ବସାଇଲେ ତାହା କେତେବେଳେ ଯେ ଫାଟିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ।

ଏଭଳି ସ୍ଥଳେ ଓଲା କମ୍ପାନୀ ତରଫରୁ ଏକ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ଏମିତିରେ ବର୍ତ୍ତମାନ ପ୍ରସ୍ତୁତ ଅଛି ବଜାରରୁ ତାର ୧,୪୪୧ଟି ସ୍କୁଟରକୁ ଫେରେଇ ନେବାକୁ । ଜାତୀୟ ଗଣମାଧ୍ୟମ ଅନ୍ୟୁାୟୀ ଓଲା ଇଲେକ୍ରଟିକ କମ୍ପାନୀ ଦ୍ୱାରା ଏହି ନିଷ୍ପତ୍ତି ପ୍ରକାଶ ପାଇଛି । ଅନ୍ୟପଟେ ଇଲେକ୍ରିଟିକ ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଇ ଆସୁଥିବା ବେଳେ ଇ-ସ୍କୁଟର ଦର ଉପରେ ସରକାର ରିହାତି ମଧ୍ୟ ଦେଇ ଆସୁଥିଲେ । ତେବେ ଗତ କିଛି ଦିନ ହେବ ଇ-ସ୍କୁଟର ଜଳି ଯିବା ଖବର ସାମ୍ନାକୁ ଆସିବା ପରେ ସରକାରଙ୍କ ପାଇଁ ଯାହାକି ଏକ ଚିନ୍ତାଜନକ ବିଷୟ ପାଲଟିଗଲାଣି । ଏହା ସହିତ କେନ୍ଦ୍ର ପରିବହନ ମନ୍ତ୍ରୀ ଏସଂପର୍କରେ କଡା ନିୟମ ଆଭୁମୁଖ୍ୟ ଗ୍ରହଣ କରିଥିଲେ । ଯଦି ଆଗକୁ କୌଣସି ଇ-ସ୍କୁଟରରେଚ ତ୍ରୁଟି ପରିଲକ୍ଷିତ ହୁଏ ତେବେ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯିବ ।

ରିପୋର୍ଟ ଅନୁଯାୟୀ ଓଲା ଇଲେକ୍ରିକ କମ୍ପାନୀ ନିଜର ବ୍ୟାଟେରୀ ସିଷ୍ଟମ ଏଆଇଏସ୍-୧୫୬ ଯାହାକି ଭାରତ ବଜାର ପାଇଁ ଏହାକୁ ପ୍ରସ୍ତାବିତ କରାଯାଇଥିଲା । ଏହା ସହିତ ପୁଣି ତାଙ୍କର ଟେଷ୍ଟିଙ୍ଗ ମଧ୍ୟ ସେହି ଅନୁସାରେ କରାଯାଇଥାଏ । ଅନ୍ୟପଟେ ଦେଖିବାକୁ ଗଲେ ଦେଶରେ ଏହି ଇ-ସ୍କୁଟରର ଦୁର୍ଘଟଣା ପରେ କେବଳ ଓଲା କମ୍ପାନୀ ନୁହେଁ ଆହୁରି ଅନ୍ୟ ଇସ୍କୁଟର ନିର୍ମାତା କମ୍ପାନୀ ମାନେ ମଧ୍ୟ ନିଜର ଇ-ଯାନକୁ ବଜାରରୁ ଫେରାଇବା ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ଏହା ସହିତ ଓକିନାୱା କମ୍ପାନୀ ନିଜର ୩୦୦୦ରୁ ଅଧିକ ସ୍ୁକଟର ଫେରାଇ ଆଣିଛି । ଏହା ସହିତ ପିଓର୍ ଇଭି କମ୍ପାନୀକୁ ମଧ୍ୟ ନିଜର ୨୦୦୦ ୟୁନିଟ ଫେରାଇ ନେବାକୁ ବାଧ୍ୟ ହୋଇଥିଲା ।

Get real time updates directly on you device, subscribe now.