fbpx

ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର

କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’ କରିଥିଲେ ଡାକ୍ତର । ପରିବାର ଲୋକଙ୍କ ଖୁସି ଦୁଃଖରେ ପରିଣତ ହୋଇଥିଲା । ଏପରିକି ଶିଶୁଟିର ଅନ୍ତିମ ସଂସ୍କାର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ମେଡିକାଲ ସାଇନ୍ସକୁ ଭୁଲ୍ ପ୍ରମାଣିତ କରିଛି ପ୍ରକୃତିର କରିସ୍ମା । ଆଜି ବି ଶିଶୁଟି ଜୀବିତ ଅଛି ।

ବ୍ରାଜିଲର ବାରା ଦି ସାଓ ଫ୍ରାନ୍ସିସ୍କୋରେ ଭିଟୋରିଆ ମାର୍ଚିଓଲିର ଜନ୍ମ ହୋଇଥିଲା । ଏହି ଶିଶୁଟି ସାଧାରଣ ପିଲାମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ଶିଶୁଟିର ଆଖି, ନାକ କି ଚେହେରା ନଥିଲା । ଏପରି ଶିଶୁ କନ୍ୟାର ଜନ୍ମ କିପରି ହେଲା ବୋଲି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଟେଷ୍ଟ ପରେ ଶିଶୁଟି ମାତ୍ର କିଛି ଦିନର ଅତିଥି ବୋଲି ମା’, ବାପାଙ୍କୁ ଡାକ୍ତର କହିଥିଲେ । ଡାକ୍ତରଙ୍କ କହିବା ଅନୁସାରେ, ଶିଶୁର ବଞ୍ଚିବା ଅସମ୍ଭବ । ଡାକ୍ତରଙ୍କ ଏପରି କହିବା ମାତ୍ରେ ପରିବାରର ଖୁସି ଦୁଃଖରେ ପରିଣତ ହୋଇଥିଲା ।

ରିପୋର୍ଟ ଅନୁସାରେ, ଜନ୍ମ ହେବାର ୨ ଦିନ ପରେ ବି ଶିଶୁଟିର ଜୀବିତ ଥିବାରୁ ଡାକ୍ତରମାନେ ତାକୁ ବିଶେଷଜ୍ଞଙ୍କ ନିକଟକୁ ପଠାଇଥିଲେ । ଏହା ପରେ ଭିଟୋରିଆ ମାର୍ଚିଓଲିର ଆଖି, ନାକ ଓ ମୁହଁର ୮ଟି ସର୍ଜରୀ ହୋଇଥିଲା । ଡାକ୍ତରଙ୍କ ସମେତ ପରିବାର ଲୋକେ ମଧ୍ୟ ଶିଶୁଟିର ଜୀବନକୁ ଉନ୍ନତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଶିଶୁଟିର ଚିକିତ୍ସା ଅଧିକ ମହଙ୍ଗା ଥିବାରୁ ଅନେକ ଲୋକ ସହାୟତର ହାତ ବଢ଼ାଇଥିଲେ । ନିକଟରେ ଶିଶୁଟି ନିଜର ୯ମ ଜନ୍ମଦିନ ପାଳନ କରିଛି ।

Get real time updates directly on you device, subscribe now.