fbpx
BJD SKY
BJD SKY

ଦିଲ୍ ଲଗାନେ ସେ ମତ ଡରୋ, ବରନା ଦିଲ୍ କମଜୋର ହୋ ଜାଏଗା: ସଚ୍ଚା ପ୍ରେମ କଲେ ଆପଣ ରହିବେ ସୁସ୍ଥ ଓ ବଢ଼ିବ ବୟସ, ନୂଆ ରିସର୍ଚ୍ଚ ରିପୋର୍ଟ

BJD

ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରେମକୁ ନେଇ କୌଣସି ପ୍ରକାରର ଅଧ୍ୟୟନ କରାଯାଇ ନଥାଏ । କାରଣ ପ୍ରେମ ଦ୍ୱାରା ମଣିଷକୁ ଖୁସି ମିଳିଥାଏ । ତେଣୁ ପ୍ରେମ ହିଁ ପ୍ରତ୍ୟେକ ରୋଗର ଔଷଧ ବୋଲି କୁହାଯାଇଥାଏ । ତେବେ ଆଜିକାଲି ପ୍ରେମ ନାମରେ ଅନେକ ଲୋକ ଅନ୍ୟର ମନ ଓ ହୃଦୟକୁ କଷ୍ଟ ଦେଇ ସର୍ବସ୍ୱ ଲୁଟିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏହା ମଧ୍ୟରେ ପ୍ରେମକୁ ନେଇ ଏକ ନୂଆ ଖୁଲାସା ହୋଇଛି । ଆମେରିକାର ପ୍ରସିଦ୍ଧ ନ୍ୟୁରୋ ସାଇଣ୍ଟିଷ୍ଟ ଷ୍ଟେଫାନି କାସିଓପୋ ନିକଟରେ ପ୍ରେମକୁ ନେଇ ଏକ ରିସର୍ଚ୍ଚ କରିଥିଲେ ।

ଷ୍ଟଡି ରିପୋର୍ଟ ମୁତାବକ, ମଣିଷ ଶରୀର ପାଇଁ ଭୋଜନ, ପାଣି ଓ ବ୍ୟାୟାମର ଯେପରି ଆବଶ୍ୟକତା ରହିଛି, ସମାନୁପାତ ଭାବେ ପ୍ରେମ ମଧ୍ୟ ବହୁତ ଜରୁରୀ । ଅର୍ଥାତ ପ୍ରେମ କେବଳ ଆମର ମସ୍ତିଷ୍କ ପାଇଁ ନୁହେଁ ବରଂ ଶରୀର ପାଇଁ ମଧ୍ୟ ନିହାତି ଅପରିହାର୍ଯ୍ୟ ଅଟେ । ଯେଉଁମାନେ ଏକାକୀ ରହିବା ସହ ପ୍ରେମ କରିନଥାନ୍ତି ସେମାନଙ୍କ ଅପେକ୍ଷା ଯେଉଁମାନଙ୍କ ଜୀବନରେ ପ୍ରେମ ଅଛି ସେମାନେ ସୁସ୍ଥ ରହିବା ସହ ଦୀର୍ଘ ଅବଧି ପର୍ଯ୍ୟନ୍ତ ବଞ୍ଚିବାକୁ ସକ୍ଷମ ହୋଇଥାନ୍ତି ।

ସାଧାରଣ ଭାବେ ଲୋକମାନେ କହିଥାନ୍ତି ଯେ, ପ୍ରେମରେ ପଡ଼ୁଥିବା ବ୍ୟକ୍ତି କୌଣସି କାମକୁ ନୁହେଁ । ମାତ୍ର ରିସର୍ଚ୍ଚ କହୁଛି କିଛି ଅଲଗା । ଯେଉଁମାନେ ପ୍ରେମ କରନ୍ତି, ସେମାନେ ନିଜକୁ ସବୁଠାରୁ ଶକ୍ତିଶାଳୀ ମନେ କରିଥାନ୍ତି । ତେବେ ଏହି ପ୍ରେମ ହେଉଛି ଏକ ଭାବନା ଯାହା କେବଳ ବିପରୀତ ଲିଙ୍ଗ ପ୍ରତି ନୁହେଁ । ଆପଣ ନିଜର ବନ୍ଧୁ, ଗୃହପାଳିତ ପଶୁ, ପକ୍ଷୀ, ବୃକ୍ଷ, କୌଣସି ଅଭ୍ୟାସ, ଖେଳାଳି, ସଂସ୍ଥା ପ୍ରତି ସଚ୍ଚା ପ୍ରେମ କରିପାରନ୍ତି । ପ୍ରେମ କୌଣସି ବସ୍ତୁ ସହିତ ହୋଇପାରେ । ପ୍ରେମକୁ ଆମେ ଯେତିକି ସୀମିତ ବୋଲି ଭାବିଥାଉ ତାହା ସେପରି ନହୋଇ ସୀମାହୀନ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ ଥାଏ । ତେବେ ସବୁଠାରୁ ବଡ଼କଥା ହେଉଛି, ଯେଉଁମାନଙ୍କ ଜୀବନରେ ପ୍ରେମ ଆସିଥାଏ, ସେମାନେ ବହୁତ ଆଶାବାଦୀ ହେବା ସହ ପ୍ରସନ୍ନତା ଲାଭ କରିଥାନ୍ତି । ଯେଉଁମାନେ ଏକା ରହିବା ସହ ସମାଜଠାରୁ ଦୂରେଇ ରହିଥାନ୍ତି, ସେମାନଙ୍କର ଜୀବନ ଲମ୍ବା ସମୟ ଧରି ଚାଲିନଥାଏ ।

ଯଦି ଆପଣଙ୍କ ଜୀବନରେ ପ୍ରେମ ନାହିଁ, ତେବେ ଏହାଦ୍ୱାରା ହେଉଥିବା କ୍ଷତି ଆପଣ ଦୈନିକ ୧୫ଟି ସିଗାରେଟ୍ ପିଇବାର କ୍ଷତି ସହ ସମାନ ହୋଇଥାଏ । ଏପରିକି ଏଭଳି ଲୋକଙ୍କର ମୃତ୍ୟୁର ସମ୍ଭାବନା ୨୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏକା ରହୁଥିବା ଲୋକଙ୍କର ବ୍ଲଡପ୍ରେସର ହାଇ ରହିଥାଏ ଓ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଯାଇଥାଏ । ଅର୍ଥାତ ଯେଉଁମାନେ ଦିଲ୍ ଲଗାନେ ସେ ଡରତେ ହେ ଉନ କା ଦିଲ୍ କମଜୋର ହୋଇଯାଇଥାଏ ।

Get real time updates directly on you device, subscribe now.