fbpx

CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି ପରୀକ୍ଷାରେ ଉପରେ ରହିଛି କରୋନା ବିପଦ । ଏହାର ମୁକାବିଲା ପାଇଁ ସିବିଏସ୍ଇ ଦ୍ୱାରା ଗାଇଡଲାଇନ୍ ଜାରି ହୋଇଛି ।

କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ବୋର୍ଡ ନିର୍ଦ୍ଦେଶ ଦେଇଛି ଯେ, ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବେ । ନଚେତ୍ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ବୋର୍ଡର ଗାଇଡଲାଇନ୍ ଅନୁସାରେ କେବଳ ୧୮ ଜଣ ବିଦ୍ୟାର୍ଥୀ ପରୀକ୍ଷା କେନ୍ଦ୍ରର ଏକ ରୁମରେ ବସିପାରିବେ ।

ବୋର୍ଡର ଗାଇଡଲାଇନ ଅନୁସାରେ, ପରୀକ୍ଷା କେନ୍ଦ୍ରର ମୁଖ୍ୟ ଗେଟ ନିକଟରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଏହା ସହ ସାନିଟାଇଜେସନ ପରେ ହିଁ ସେମାନେ ଭିତରକୁ ଯାଇପାରିବେ । ଛାତ୍ରମାନଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ସମୟ ଦିଆଯିବ । ଛାତ୍ରମାନେ ଭୁଲରେ ବି ପରୀକ୍ଷା ହଲ ଭିତରକୁ ନିଷିଦ୍ଧ ଜିନିଷ ଆଣିପାରିବେ ନାହିଁ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ କିମ୍ବା ଇୟରଫୋନ୍ ଆଣିବେ ନାହିଁ ।

ନିୟମ ଉଲ୍ଲଂଘନ କରୁଥିବା ବିଦ୍ୟାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛାତ୍ରମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଏକ ପାଣି ବୋତଲ ଏବଂ ସାନିଟାଇଜର ଆଣିବାକୁ ପଡିବ ଏବଂ ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅନୁସରଣ କରିବେ । ଅନ୍ୟପଟରେ ସିବିଏସଇ ପକ୍ଷରୁ ବିଦ୍ୟାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି ହୋଇସାରିଛି ।

Get real time updates directly on you device, subscribe now.