fbpx

ଫ୍ୟାନ୍ସଙ୍କୁ ଦିୱାନା କରିଦେବେ ହଟ୍ କୁଇନ୍ ସାରା, ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସଚିନଙ୍କ ଝିଅ

ନୂଆଦିଲ୍ଲୀ: ବଲିଉଡରେ ଷ୍ଟାର କିଡଙ୍କର ଏଣ୍ଟ୍ରି କିଛି ନୂଆ ନୁହେଁ । ପୂର୍ବରୁ ଅନେକ ବିଗ ଷ୍ଟାରଙ୍କର ସନ୍ତାନମାନେ ବଲିଉଡରେ ନିଜର କମାଲ୍ ଦେଖାଇ ସାରିଛନ୍ତି । ଖୁବଶୀଘ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସାରାଙ୍କର ଫିଲ୍ମ ଲାଇନରେ ଅଧିକ ରୁଚି ରହିଥିବା ବେଳେ ତାଙ୍କୁ ନେଇ ପୂର୍ବରୁ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସାରାଙ୍କ ଲୁକସ୍ ଓ ଷ୍ଟାଇଲ ସାଙ୍ଗକୁ ଚାର୍ମିଂ ପର୍ସନାଲିଟି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥାଏ ।

ଲାଟେଷ୍ଟ ଖବର ମୁତାବକ, ସାରା ବଲିଉଡରେ ନିଜର କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଅଛନ୍ତି । ସାରା ଖୁବଶୀଘ୍ର ବଲିଉଡର ଏକ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଏକ ବଲିଉଡ ସୂତ୍ରରୁ ଜଣାପଡ଼ିଛି । ସାରା ଲଣ୍ଡନ ୟୁନିଭରସିଟିରୁ ଶିକ୍ଷା ସମାପ୍ତ କରିଥିବା ବେଳେ ଆକ୍ଟିଂରେ ମଧ୍ୟ ଶିକ୍ଷା ଗ୍ରହଣ କରିସାରିଛନ୍ତି । ଗ୍ଲାମର ୱାର୍ଲ୍ଡରେ ସେ ନିଜର କ୍ୟାରିୟର ଗଢ଼ିବା ପାଇଁ ବେଶ୍ ଆଶାୟୀ ରହିଛନ୍ତି ।

ତେବେ ଜଣାପଡ଼ିଛି ଯେ, ସାରା ନିଜର ଆକ୍ଟିଂ ସ୍କିଲ ଦ୍ୱାରା ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇ ପାରନ୍ତି । ସେ ବହୁତ ଟ୍ୟାଲେଣ୍ଟେଡ୍ ଓ ସେ ଫିଲ୍ମ ଲାଇନରେ ଏଣ୍ଟ୍ରି ମାରିବା ନେଇ ତାଙ୍କର ପିତାମାତା ତାଙ୍କୁ ସପୋର୍ଟ କରୁଛନ୍ତି । ସାରା ପ୍ରଫେସନରେ ଜଣେ ମଡେଲ ହୋଇଥିବା ବେଳେ ଅଧିକାଂଶ ସମୟରେ ଫ୍ୟାନ୍ସ ତାଙ୍କର ଗ୍ଲାମର୍ସ ଫଟୋକୁ ଦେଖି ଦିୱାନା ହୋଇଥାନ୍ତି । ସାରା ଶାହିଦ କପୁରଙ୍କ ସହ ଏକ ବଲିଉଡ ଫିଲ୍ମରେ ଡେବ୍ୟୁ କରୁଛନ୍ତି ବୋଲି କିଛିଦିନ ପୂର୍ବରୁ ଖୁବ୍ ଚର୍ଚ୍ଚା ହେଉଥିଲା । ଅନ୍ୟପକ୍ଷରେ ସାରା ବର୍ତ୍ତମାନ ନିଜର ଫୋକସ୍ ପାଠପଢ଼ା ଉପରେ ରଖୁଛନ୍ତି ବୋଲି ତାଙ୍କର ପିତା ସଚିନ କହିଥିଲେ । ତେବେ ଆଗକୁ ଜଣାପଡ଼ିବ ସାରା ବଲିଉଡରେ ନିଜର ଜଲୱା ଦେଖାଇବେ କି ନାହିଁ ।

Get real time updates directly on you device, subscribe now.