fbpx

ଭିଜିଲାନ୍ସ ପଞ୍ଝାରେ GRS: ଭୁବନେଶ୍ୱର ଓ କଟକରୁ ଠାବ ହେଲା ୫୯ଟି ପ୍ଲଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦିନକୁ ବଢ଼ିବାରେ ଲାଗିଛି । ଭିଜିଲାନ୍ସ ଜାଲରେ ଅନେକ ସରକାରୀ ବାବୁ ପଡ଼ିଥିବା ବେଳେ ଆଜି ଭିଜିଲାନ ପଞ୍ଝାରେ ପଡ଼ିଛନ୍ତି ଜଣେ ଗ୍ରାମ ରୋଜଗାର ସେବକ ବା (GRS) । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀ ଭୁବନେଶ୍ୱରର ଏହି ସରକାରୀ ବାବୁ ।

ସୂଚନା ଅନୁସାରେ, ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ GRSଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଜିଆରଏସ କାବୁଲି ଚରଣ ପଢ଼ିଆରୀଙ୍କ ୫୯ଟି ପ୍ଲଟ ଠାବ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ପ୍ରାଇମ ଏରିୟାରେ ୫୮ଟି ଓ କଟକରେ ଗୋଟିଏ ଠାବ ହୋଇଛି । ଏହା ସହ ରଘୁନାଥପୁରରେ ୧.୨୪ କୋଟିର ୩ ମହଲା ଘର ଠାବ ହୋଇଛି ।

ତେବେ ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ତାଙ୍କର ରଘୁନାଥପୁର ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ଆଦିରେ ଚଢ଼ାଉ ହୋଇଥିଲା ।

Get real time updates directly on you device, subscribe now.