(Video) ଛାତ ଉପରେ ପାଣି ଟାଙ୍କିରେ ଗାଧୋଇଲେ ମାଙ୍କଡ଼, ତଳେ ସେହି ପାଣିକୁ ପିଉଥିଲେ ଲୋକ

ଖରାଦିନେ ପ୍ରଚଣ୍ଡ ଖରାରେ କେବଳ ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ ଆଉଟୁପାଉଟୁ ହୋଇଥାନ୍ତି । ମଣିଷ ହୁଏତ କିଛି ବ୍ୟବସ୍ଥା କରିପାରେ କିନ୍ତୁ ପଶୁପକ୍ଷୀମାନେ ଖରାରେ ଛଟପଟ ହୋଇଥାନ୍ତି । ଗରମରେ ଏହି ପଶୁପକ୍ଷୀମାନେ କିଛି କରିପାରିନଥାନ୍ତି । ଏମିତିରେ ଲୋକଙ୍କୁ ଘର ବାହାରେ ଏହି ପଶୁପକ୍ଷୀମାନଙ୍କ ପାଇଁ ପାଣି ରଖିବାକୁ କୁହାଯାଇଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମାଙ୍କଡ଼ ଦଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ମାଙ୍କଡ଼ମାନେ ବିଲ୍ଡିଂ ଛାତ ଉପରେ ଥିବା ପାଣିଟାଙ୍କିରେ ଗାଧୋଉଥିବାର ନଜର ଆସିଛନ୍ତି ।

ମାଙ୍କଡ଼ମାନେ ଛାତ ଉପରେ ଥିବା ପାଣି ଟାଙ୍କିକୁ ନିଜର ସୁଇମିଂ ପୁଲ ଭାବି ନେଇଛନ୍ତି । ଗୋଟିଏ କି ୨ଟି ମାଙ୍କଡ଼ ନୁହେଁ ପଲେ ମାଙ୍କଡ । ମନଭରି ପାଣିରେ ବୁଡ଼ି ବୁଡ଼ି ଗାଧୋଉଛନ୍ତି । ସତେ ଯେମିତି ଓାଟର ପାର୍କ । ପାଣି ଟାଙ୍କିକୁ ଡିଆଁ ମାରୁଛନ୍ତି । ପାଣିରେ ବୁଡ଼ି ବୁଡ଼ି ଭିଜି ଗଲେଣି ତଥାପି ପାଣି ଛାଡି ଯିବାକୁ ଇଚ୍ଛା ନାହିଁ । ଗୋଟିଏ ଟାଙ୍କି ନୁହେଁ ୨ଟି ଯାକ ଟାଙ୍କିରେ ମାଙ୍କଡ ପଶି ଗାଧୋଉଛନ୍ତି । ମାଙ୍କଡବା ଆଉ କରିବେ କ’ର ଖରାହିଁ ସେହିଭଳି ହେଉଛି । ମାଙ୍କଡ଼ଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ ଖରାକୁ ସିନା ଅଟକାଇ ପାରିବେନି ହେଲେ ନିଜକୁ ତାତିରୁ ବଞ୍ଚାଇବାର ତରିକା ତାଙ୍କୁ ଠିକ ଜଣା । ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

View this post on Instagram

 

A post shared by memes | comedy (@ghantaa)

ଭିଡିଓକୁ ଶେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖାଯାଇଛି ଯେ ଆଜି ଲୋକଙ୍କୁ କିଛି ଭିନ୍ନ ସ୍ୱାଦର ପାଣି ମିଳିବ । ପ୍ରକୃତରେ ଏହା ଅନୁମାନ କରାଯାଇପାରେ ଯେ ମାଙ୍କଡ଼ମାନେ ଗାଧୋଇବା ପରେ ଏହି ଟାଙ୍କିର ପାଣି ଖରାପ ହୋଇଛି, ଯାହାକୁ ବ୍ୟବହାର କରିବା ବିପଜ୍ଜନକ ହୋଇପାରେ ।  ଭିଡିଓକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି  ।

 

 

Get real time updates directly on you device, subscribe now.